ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ
ଭୁବନେଶ୍ବର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ଗୃହକୁ ସମ୍ବୋଧନ କରିପାରନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି। ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ରାଷ୍ଟ୍ରପତି ବିଧାନସଭାକୁ ସମ୍ଵୋଧନ କରିବା ଏକ ସ୍ମରଣୀୟ ଅଭିଜ୍ଞତା ହେବ ବୋଲି କୁହାଯାଉଛି। ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନି ।
ଓଡ଼ିଶା ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି। ତେବେ ନୂଆପଡ଼ା ଉପ-ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ଚର୍ଚ୍ଚା ହେଉଛି । ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ।

