Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭେଣ୍ଟିଲେଟରରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଅସୁସ୍ଥ। ତାଙ୍କୁ ଗତ ସପ୍ତାହରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ପରିବାର କିମ୍ବା ହସ୍ପିଟାଲ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

ହେମା ମାଳିନୀ ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ପ୍ରଦାନ କରିଥିଲେ। ପୂର୍ବରୁ ନଭେମ୍ବର ୩ ତାରିଖରେ ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ପ୍ରଦାନ କରିଥିଲେ।

ତେବେ ୮୯ ବର୍ଷ ବୟସରେ ମଧ୍ୟ ଧର୍ମେନ୍ଦ୍ର ଅଭିନୟ ଜଗତରେ ବହୁତ ସକ୍ରିୟ ଅଛନ୍ତି। ସେ ଶେଷ ଥର ପାଇଁ କ୍ରିତି ସାନନ୍ ଏବଂ ଶାହିଦ କପୁରଙ୍କ ଫିଲ୍ମ “ତେରି ବାତେଁ ମେଁ ଐସା ଉଲଝା ଜିୟା” ରେ ନଜର ଆସିଥିଲେ। ସେ ଆଗାମୀ ସମୟରେ “୨୧” ରେ ନଜର ଆସିବେ। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ଅଭିନୀତ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମଟି ୨୫ ଡିସେମ୍ବର, ୨୦୨୫ ରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ତେବେ ତାଙ୍କ ହାତରେ “ଅପନେ ୨” ଫିଲ୍ମ ମଧ୍ୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ