Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୂରଦୂରl ନିକଟରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଯୁବକ ର ମୃତ୍ୟୁ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଦୁରଦୁରା ନିକଟରେ ଏକ ବାଲି ବୋଝାଇ ହାଇୱା ଧକ୍କାରେ ସୋମବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ଲୁତୁରପଙ୍କ ଗ୍ରାମର ସୁରମଣି ସାହୁ ଙ୍କ ବଡ଼ ପୁଅ ନାଭ ସାହୁ(୪୦) ବୋଲି ଜଣା ପଡିଛି। ସୂଚନା ଅନୁସାରେ ସୋମବାର ଦିନ ମୃତ ନାଭ ତାଙ୍କ ଶଶୁର ଘର ଖଟୁଆପଡା ଗ୍ରାମ କୁ ଯାଇ ସେ ଏକୁଟିଆ ଘରକୁ ଫେରୁଥିବା ବେଳେ ଦୁରଦୁରା ନିକଟରେ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇ ତାଙ୍କୁ ଚାପି ଦେଉଥିଲା। ଫଳରେ ଯୁବକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣା ସ୍ଥଳ କୁ ପୋଲିସ ଯାଇ ମୃତ ଦେହ ଜବତ କରିବା ସହିତ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା। ମୃତଦେହ ଜବତ କରି ବୀରମହାରାଜପୁର ଡାକ୍ତରଖାନା କୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମଙ୍ଗଳବାର ଶବ ବ୍ୟବଛେଦ ହେବ ବୋଲି ପୋଲିସ କହିଛି। ଦୁର୍ଘଟଣା ଘଟାଇ ଥିବା ହାଇୱା ଘଟଣା ସ୍ଥଳରୁ ଫେରାର ହୋଇଛି। ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କୁ ପଚାରିବାରୁ କେମିତି ଦୁର୍ଘଟଣା ହେଲା ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡ଼ିଛି। ମୃତକ ନାଭ ସାହୁ ଜଣେ ଚାଷୀ ହୋଇଥିବା ବେଳେ ତାଙ୍କ ସାନ ଭାଇ ଙ୍କ ମାସେ ପୂର୍ବରୁ କିଡିନୀ ରୋଗରେ ମୃତ୍ୟୁ ହୋଇଥିଲା । ମୃତକ ଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ