Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲିଛି ନୂଆପଡା ଉପନିର୍ବାଚନ; ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ଭୁବନେଶ୍ବର: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ। ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କୁଳିଆବନ୍ଧ ୩୬ ନଂ ବୁଥ୍‌ର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ ହୋଇଛନ୍ତି । ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ। ନୂଆପଡାରେ ଭୋଟିଂ ଚାଲିଥିବାବେଳେ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଛି। ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି। ଏଯାବତ ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ। ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୁଲିସ ତତ୍ପର।

ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ନିର୍ବାଚନ ପାଇଁ ମୋଟ ୩୫୮ ଟି ବୁଥ ମଧ୍ୟରୁ ମୋଟ ୪୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୮ ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା | ସୁନାବେଢା ଅଭୟାରଣ୍ୟ ମଧ୍ୟରେ ଥିବା ମାଓବାଦୀ ଅଞ୍ଚଳରେ ଏହି ୮ଟି ଅତି ସମ୍ବେଦନଶୀଳ ବୁଥ ଅନ୍ତର୍ଭୁକ୍ତ | ଭୋଟର କିପରି ଭାବରେ ନିଜର ମତ ଦେଇପାରିବେ ତାହା ଉପରେ କଡା ନଜର ରଖିଛି ପୋଲିସ | ଏହିସବୁ ପୁଲିଂ ପାର୍ଟିକୁ ନେବା ଆଣିବା ପାଇଁ ବାୟୁସେନା ତରଫରୁ ସ୍ୱତନ୍ତ୍ର ହେଲିକାଫ୍ଟର ବ୍ୟବସ୍ଥା କରାଯାଇଥିଲା |

ମତଦାନ ଦିନ କେନ୍ଦ୍ରଗୁଡି଼କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟସୀମା ରହିବ ଏବଂ ସମ୍ବେଦନଶୀଳ ବୁଥମାନଙ୍କରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନର ସମୟସୀମା ରହିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ