ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷl ଦିବସ ପାଳିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଉପ୍ରା ବିଦ୍ୟାଳୟ ଠାରେ ଜାତୀୟ ଶିକ୍ଷା ଦିବସ ତଥା ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ୍ କଲାମ୍ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ସୁରେନ୍ଦ୍ର କୁମାର ଓତା, ଶିକ୍ଷୟିତ୍ରୀ ଗୌରୀ କୁମୁରା ଓ ମିନାକ୍ଷୀ ପ୍ରଧାନ ଶିକ୍ଷା ଦିବସର ମହତ୍ତ୍ବ ତଥା ମୌଲାନା ଅବୁଲ କଲାମ୍ ଆଜାଦଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଛାତ୍ରୀ ଅସ୍ମିତା ଭୋଇ ଓ ଛାତ୍ର କ୍ରିଷ୍ଣାଦତ୍ତ ଦେହେରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଦିବସ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ମୌସୁମୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

