Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ୨୦୨୬ର ସରକାରୀ କ୍ୟାଲେଣ୍ଡର୍‌

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୬ର ସରକାରୀ କ୍ୟାଲେଣ୍ଡର୍‌। ସେ ଅନୁଯାୟୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମୋଟ୍‌ ୨୯ଟି ସରକାରୀ ଛୁଟି ଦିନ ଓ ୯ଟି ଇଚ୍ଛାଧୀନ ଛୁଟି (ଯେକୌଣସି ଗୋଟିଏ ଦିନ) ମିଳିବ। ଅନ୍ୟପଟେ ଏହି ଛୁଟି ତାଲିକା ମଧ୍ୟରେ ୬ଟି ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଛି।

ଏନେଇ ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେହିପରି ୯ଟି ଇଚ୍ଛାଧୀନ ଛୁଟି ମଧ୍ୟରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଶବ-ଇ-କାଦର, ଇଷ୍ଟର ସଟରଡେ’, ରାଜା ରାମମୋହନ ରାୟ ଜୟନ୍ତୀ, ବାହୁଡ଼ା ଯାତ୍ରା, ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଅଁଳା ନବମୀ, ପ୍ରଥମାଷ୍ଟମୀ ଓ ଡିସେମ୍ୱର ୨୪ରେ ପଡ଼ୁଥିବା ଖ୍ରୀଷ୍ଟମାସ୍‌ ପର୍ବ ଆଦି ସାମିଲ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ