ଆଉ ଦିନକ ପାଇଁ ବଢିଲା କଟକ ବାଲିଯାତ୍ରାର ଅବଧି
କଟକ: କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି। ଲୋକଙ୍କ ଆଗ୍ରହ ଓ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ଅବଧି ବୃଦ୍ଧି କରାଯାଇଥିବା ଜଣାପଡିଛି। ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ, ୮ ଦିନ ବଦଳରେ ୯ ଦିନ ଯାଏ ଚାଲିବ ବାଲିଯାତ୍ରା। ଫଳରେ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ସେପଟେ ବାଲିଯାତ୍ରାରେ ଦିନକୁ ଦିନ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି । ଲୋକେ ଖାଇବା, ପିଇବାର ମଜା ନେବା ସହ ମୀନାବଜାରରେ ମନ ଭରି କିଣିକିଣି କରୁଛନ୍ତି । ସେହିପରି କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ୨ କୋଟି ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ବାଲିଯାତ୍ରା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

