Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସଲାମାବାଦରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କା ଖେଳାଳି ଭୟଭୀତ, ମ୍ୟାଚ ବାତିଲ

ଇସଲାମାବାଦ, 13।11 : ମଙ୍ଗଳବାର ଇସଲାମାବାଦରେ ହୋଇଥିବା ଏକ କାର ବୋମା ବିସ୍ଫୋରଣ ଶ୍ରୀଲଙ୍କା ଶିବିରରେ ଭାୟାବହ ପରିସ୍ଥିତି ସୃଷ୍ଟି କରିଥିଲା। ସୂଚନା ଅନୁସାରେ, ବିସ୍ଫୋରଣ ସମୟରେ ପାକିସ୍ତାନୀ ଦଳ ସମାନ ଅଞ୍ଚଳରେ ରହୁଥିଲା। ଏହା ପରେ ୮ ଜଣ ଶ୍ରୀଲଙ୍କା ଖେଳାଳି ଏବଂ କିଛି ସହାୟକ କର୍ମଚାରୀ ତୁରନ୍ତ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଖେଳାଳିମାନେ କହିଛନ୍ତି ଯେ, ପରିସ୍ଥିତି ଖରାପ ହେଉଛି ଏବଂ ପାକିସ୍ତାନରେ ରହିବା ଆଉ ସୁରକ୍ଷିତ ନୁହେଁ। ତେବେ ବିସ୍ଫୋରଣ କାରଣରୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚକୁ ବାତିଲ କରାଯାଇଛି। ରାୱଲପିଣ୍ଡିରେ ଗୁରୁବାର ହେବାକୁ ଥିବା ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚକୁ ବାତିଲ କରାଯାଇଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହେବାର ସୂଚନା ମଧ୍ୟ ରହିଛି। ରାୱଲପିଣ୍ଡିରେ ଗୁରୁବାର ହେବାକୁ ଥିବା ସିରିଜର ଦ୍ୱିତୀୟ ଦିନିକିଆ ବାତିଲ କରାଯାଇଛି।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୂତ୍ର ଅନୁସାରେ, ରାୱଲପିଣ୍ଡି ଇସଲାମାବାଦ ନିକଟତର ହୋଇଥିବାରୁ ଖେଳାଳିମାନେ ସେମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ପ୍ରକାଶ କରିଥିଲେ। ଏବଂ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବାର ଇଚ୍ଛା ପ୍ରକାଶ କରିଥିଲେ। ସିରିଜର ବାକି ମ୍ୟାଚ୍ ଖେଳିବା ପାଇଁ ଘରକୁ ଫେରିଥିବା ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳିମାନଙ୍କୁ ପାକିସ୍ତାନ ପଠାଯିବାର ନିଷ୍ପତ୍ତି ହୋଇଛି। ଇସଲାମାବାଦରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଉପରେ ହୋଇଥିବା ଆକ୍ରମଣ ସେମାନଙ୍କୁ ୨୦୦୯ ଆତଙ୍କବାଦୀ ଘଟଣାର ସ୍ମୃତିକୁ ତାଜା କରିଦେଇଛି। ୨୦୦୯ ମସିହାରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ ବାହାରେ ଆତଙ୍କବାଦୀମାନେ ଶ୍ରୀଲଙ୍କା ଟିମର ବସ୍ ଉପରେ ଆକ୍ରମଣ କରିଥିଲେ। ଅଧିନାୟକ ମାହେଲା ଜୟବର୍ଦ୍ଧନେ, ଅଜନ୍ତା ମେଣ୍ଡିସ୍ ଏବଂ ଚାମିଣ୍ଡା ଭାସଙ୍କ ସମେତ ଅନେକ ଖେଳାଳି ଆହତ ହୋଇଥିଲେ, ଯେତେବେଳେ ଅନେକ ପାକିସ୍ତାନୀ ସୁରକ୍ଷା କର୍ମୀ ମଧ୍ୟ ନିହତ ହୋଇଥିଲେ। ସେହି ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ କ୍ରିକେଟ୍ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା।

ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ବିଦେଶୀ ଦଳ ପାକିସ୍ତାନ ଯାଇ ନଥିଲା। ୨୦୧୯ ମସିହାରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ପାକିସ୍ତାନ ଯାଇଥିଲା, ତାହା ପରେ ଅନ୍ୟ ବିଦେଶୀ କ୍ରିକେଟ ଦଳଗୁଡିକର ପାକିସ୍ତାନ ଯିବା ପାଇଁ ଏକ ପ୍ରକାରର ବାଟ ଖୋଲିଦେଇଥିଲା। ତଥାପି, ସଦ୍ୟତମ ଆକ୍ରମଣ ପୁଣି ଥରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳରେ ବ୍ୟବସ୍ଥା ଏବଂ ଆୟୋଜନ ଉପରେ ପ୍ରଶ୍ନ ଉଠାଇଛି। ସୂଚନା ଅନୁଯାୟୀ, ଶ୍ରୀଲଙ୍କାର ଖେଳାଳିମାନେ ପାକିସ୍ତାନ ଛାଡିବାକୁ ଦାବି କରୁଥିଲେ । ସେମାନେ ଚାହାଁନ୍ତି ଯେ, ଗସ୍ତ ମଝିରେ ବାତିଲ କରାଯାଉ। ଶ୍ରୀଲଙ୍କା ଏପର୍ଯ୍ୟନ୍ତ କେବଳ ଗୋଟିଏ ଦିନିକିଆ ଖେଳିଛି, ଆଉ ଦୁଇଟି ମ୍ୟାଚ୍ ବାକି ଅଛି। ଏହା ପରେ, ସେମାନଙ୍କୁ ପାକିସ୍ତାନରେ ଜିମ୍ବାୱେ ସହିତ ଏକ ତ୍ରିକୋଣୀୟ ଟି-୨୦ ସିରିଜ୍ ମଧ୍ୟ ଖେଳିବାକୁ ପଡିବ। ଖେଳାଳିଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଗତକାଲି ରାତିରେ ବୋର୍ଡ ଦଳ ପରିଚାଳନା କରୁଥିବା ଅଧିକାରୀ ଏବଂ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଫଳରେ, ବାକି ଦୁଇଟି ଦିନିକିଆ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି। ପିସିବି ଅଧ୍ୟକ୍ଷ ମୋହସିନ ନକଭି କହିଛନ୍ତି ଯେ, ଏହି ମ୍ୟାଚ୍ ଗୁଡ଼ିକ ଆସନ୍ତା ନଭେମ୍ବର ୧୪ ତାରିଖ ଏବଂ ୧୬ ତାରିଖରେ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ