ଡିସେମ୍ବର ୭ରେ ପୁଣି ହେବ ଏଏସଓ ପରୀକ୍ଷା…
ଭୁବନେଶ୍ବର: ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ପଦ ନିମନ୍ତେ ଗତ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି।
ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ବାତିଲ ନେଇ ନିର୍ଦେଶନାମା ଜାରି କରିଛନ୍ତି। ଏଏସ୍ଓ ପଦରେ ନିଯୁକ୍ତି ଲାଗି ପ୍ରାଥମିକ ପରୀକ୍ଷାରେ ୭,୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଗତ ଜୁଲାଇ ୧୩ରେ ମୁଖ୍ୟ ପରୀକ୍ଷା କରାଯାଇଥିଲା। ଡିସେମ୍ବର ୭ରେ ସାନି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ତେବେ ସାନି ପରୀକ୍ଷା ଦିନ ପ୍ରଥମ ସିଟିଂରେ ଇଂରାଜୀ ପରୀକ୍ଷା ହେବ। ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ହେବ। ଏହାପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ, ତୃତୀୟ ସିଟିଂରେ ଗଣିତ ପରୀକ୍ଷା ରହିଛି। ଯାହା ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ କରାଯିବ।

