ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ
ବିରମହାରାଜପୁର :
ଗୁରୁବାର ଅପରାହ୍ନ ୨ ଘଣ୍ଟା ସମୟ ରେ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ଏମବିକେ ବବିତା ରାଣୀ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଦୀର୍ଘ ଆଠ ବର୍ଷ ର ସମସ୍ତ ଆର୍ଥିକ ଓ ଅଣ ଆର୍ଥିକ କାର୍ଯ୍ୟ ର ତଥ୍ୟ ଉପସ୍ଥାପନା କରିଥିଲେ। ସଙ୍ଘ ର ସଭାନେତ୍ରୀ ମୀରା ବାରିକ ଆଗାମୀ ଦିନରେ ସଂଘ ର ଉତ୍ତୋରତ୍ତୋର ଉନ୍ନତି ପାଇଁ କାମନା କରିଥିଲେ। ଶେଷରେ ସଂପାଦିକା ମାଧୁରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସି.ଆର.ପି ଭଉଣୀ ଓ ଇସି ଭଉଣୀ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।

