Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଉପରେ ବେଆଇନ ଘର ତିଆରି କୁ ବିରୋଧ କରି ତହସିଲଦାର ଙ୍କ ଦ୍ୱାରସ୍ଥ ହେଲେ ବୁରୋଘାଟ ଗ୍ରାମବାସୀ

ବୀରମହାରାଜପୁର : ରାସ୍ତା ଉପରେ ବେଆଇନ ଘର ତିଆରିକୁ ବିରୋଧ କରି ଗୁରୁବାର ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ବୁରୋଘାଟ ଓ ନୂଆପାଲି ଗ୍ରାମବାସୀ ସ୍ଥାନୀୟ ତହସିଲଦlର ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି I ଗ୍ରାମବାସୀ ସ୍ଥାନୀୟ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କୁ ଭେଟି ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ମତେ କେନ୍ଦୁପାଲିରୁ ବୁରୋଘାଟ ଯାଇଥିବା ମୁଖ୍ୟରାସ୍ତା ଉପରେ ଜନୈକ ବ୍ୟକ୍ତି ବେଆଇନ ଭାବେ ଘର ତିଆରି କରୁଥିବାବେଳେ ଆଉ କେତେକ ବ୍ୟକ୍ତି ରାସ୍ତାକଡ଼ରେ କଣ୍ଟା ବୃକ୍ଷ ଲଗାଇ ଦେଇଛନ୍ତି । ଫଳରେ ରାସ୍ତା ସଂକୀର୍ଣ୍ଣ ହେବାସହ ଚାରିଚକିଆ ଯାନ ଯିବା ଅସମ୍ଭବ ହେଉଛି ଓ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଗ୍ରାମର ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ ଯିବାରେ ହଇରାଣ ହେଉଛନ୍ତି । ଏହାର ସତ୍ୟାସତ୍ୟ ତଦନ୍ତ ପୂର୍ବକ ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ ଜଣାଇଥିଲେ । ବହୁ ସଂଖ୍ୟାରେ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ । ତହସିଲଦାର ତ୍ୱରିତ୍ ପଦକ୍ଷେପ ଗ୍ରହଣ ପୂର୍ବକ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ରାସ୍ତାର ମାପ ପାଇଁ ପଠେଇ ଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ