ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାମାରୋହ ରେ ପୁରାତନ ଛାତ୍ର ସଂସଦ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ପ୍ରିୟବ୍ରତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ l ନିଜ ଅଭିଭାଷଣ ରେ ସେ ନେହେରୁ ଙ୍କୁ ଆଧୁନିକ ଭାରତ ର ନିର୍ମାତା ବୋଲି କହିବା ସହ ତାଙ୍କ ଗୁଣlଵଳୀ ର ବର୍ଣ୍ଣନା କରିଥିଲେ l ବିଦ୍ୟାଳୟ ର ଛାତ୍ର ମାନଙ୍କ ସହ ଶିକ୍ଷକ ସଦାନନ୍ଦ ପଣ୍ଡା, ବୈକୁଣ୍ଠ ନାୟକ ପ୍ରମୁଖ ପ୍ରଥମ ପ୍ରଧାନ ମନ୍ତ୍ରୀ ଙ୍କ ସ୍ମୃତି ଚାରଣ କରିଥିଲେ l ଶେଷରେ ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

