ବୀରମହାରାଜପୁର ସ୍ଥିତ ରଥପୁର ଆଦର୍ଶ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଆଦର୍ଶ ବିଦ୍ୟାଳୟ ବୀରମହାରାଜପୁର ସ୍ଥିତ ରଥପୁରରେ ଆଜି ବିଦ୍ୟାଳୟ ସ୍ତରିୟ ଶିଶୁ ଦିବସ ଓ ଫୁଡ୍ ଫେଷ୍ଟିଭାଲ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡ଼ଃ ପ୍ରଫୁଲ୍ଲ କୁମାର ରଥ (ଶିକ୍ଷାବିତ ଓ VMDC Member), ଅତିଥି ଭାବେ ଶ୍ରୀ ଇନ୍ଦ୍ରଜିତ ପରୁଆ(VMDC Member) , ଅନ୍ୟତମ ଅତିଥି ଶ୍ରୀମତୀ ସନ୍ତୋଷିନି ନାୟକ(VMDC Member) ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ବଳଦେବ ବେରିହା ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି କାର୍ଯ୍ୟକ୍ରକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ I ଶେଷରେ ଶିକ୍ଷକ ହେମନ୍ତ ନାରାୟଣ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

