Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତାମାତା ହେଲେ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା

ମୁମ୍ବାଇ: ବଲିଉଡରେ କିଛି ଦିନ ପୂର୍ବରୁ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହୋଇଛନ୍ତି। ଏବେ ଆଉ ଏକ ବଲିଉଡ୍ ଦମ୍ପତି ନବଜାତ ଶିଶୁକୁ ସ୍ୱାଗତ କରିଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖା ସେମାନଙ୍କ ବିବାହର ଚତୁର୍ଥ ବାର୍ଷିକୀରେ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି। ଏହି ଦମ୍ପତି ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖା ଏକ କନ୍ୟା ସନ୍ତାନର ଆଶୀର୍ବାଦ ପାଇଛନ୍ତି।

ଶନିବାର ଏହି ଦମ୍ପତି ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି, “ଆମେ ବହୁତ ଖୁସି। ଭଗବାନ ଆମକୁ ଏକ ଛୋଟ ଆଶୀର୍ବାଦ କରିଛନ୍ତି। ସେମାନେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ଆମର ଚତୁର୍ଥ ବିବାହ ବାର୍ଷିକୀରେ ଭଗବାନ ଆମକୁ ସର୍ବୋତ୍ତମ ଆଶୀର୍ବାଦ ଦେଇଛନ୍ତି।”ପ୍ରଶଂସକ ଏବଂ ସେଲିବ୍ରିଟିମାନେ ସେମାନଙ୍କ ଛୋଟ ରାଜକୁମାରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଏହି ଦମ୍ପତି ନଭେମ୍ବର ୨୦୨୧ରେ ବିବାହ କରିଥିଲେ। ପତ୍ରଲେଖା ଏବଂ ରାଜକୁମାର ରାଓ ୨୦୧୪ରେ ‘ସିଟିଲାଇଟ୍ସ’ ଫିଲ୍ମର ସୁଟିଂ ସମୟରେ ଭେଟ ହୋଇଥିଲେ, ଯାହା ପରେ ଉଭୟ ପ୍ରେମରେ ପଡ଼ିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ