Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଡ଼ରେ କମ୍ପୁଛି ଓଡ଼ିଶା

ଭୁବନେଶ୍ବର: ଦିନକୁ ଦିନ ପାରଦ ତଳମୁଁହା ହେବାରେ ଲାଗିଛି। ଏଥିସହ ପ୍ରବଳ ଥଣ୍ଡା ଏବଂ ଜାଡ଼ରେ କମ୍ପୁଛି ଜି. ଉଦୟଗିରି। ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।

କଟକ, ଭୁବନେଶ୍ବରରେ ମଧ୍ୟ ପାରଦ ୧୪ ଡିଗ୍ରୀକୁ ଖସି ଆସିଛି। ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଭ୍ରମଣରେ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି। ୪ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ୯ଟି ଅଞ୍ଚଳରେ ପାରଦ ୧୨ ଡିଗ୍ରୀ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୬ ଡିଗ୍ରୀ ଛୁଇଁଛି। ସେମିଳିଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ୬.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି।

ସେହିପରି ଜି. ଉଦୟଗିରିରେ ୭, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୨, ଝାରସୁଗୁଡ଼ା ଓ ଚିପିଲିମାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୪.୮ଡିଗ୍ରୀ ରହିଛି। ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ