କିଙ୍ଗଖାନ ଶାହରୁଖଙ୍କ ନାମରେ ନିର୍ମାଣ ହେବ ବିଳାସପୂର୍ଣ୍ଣ ଟାୱାର
ମୁମ୍ବାଇ, 15।11: ବଲିଉଡ କିଙ୍ଗଖାନ ଶାହରୁଖଙ୍କର ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ ବରଂ ବିଶ୍ୱ ବାହାରେ ମଧ୍ୟ ରହିଛି। ବିଶେଷ କରି ଆରବ ଦେଶର ଲୋକମାନେ ସବୁଠାରୁ ତାଙ୍କର ଫିଲ୍ମ ଦେଖିବା ପାଇଁ ଅଧିକ କ୍ରେଜି। ଅନେକ ଥର ଦୁବାଇର ଆଇଫିଲ୍ ଟାୱାରରେ ଶାହରୁଖଙ୍କ ଫିଲ୍ମର ଟିଜର ଦେଖିବାକୁ ମିଳିଥାଏ। ଏମିତି କି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଆଇଫିଲ୍ ଟାୱାରରେ ତାଙ୍କ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥାଏ।
ଏବେ ଆରବ ଦେଶ ଶାହରୁଖଙ୍କୁ କେତେ ଭଲ ପାଏ ତାହା ପୁଣି ଥରେ ପ୍ରମାଣ କରିଛନ୍ତି। ସୂଚନା ରହିଛି ଯେ, ଦୁବାଇରେ ଏହି ସୁପରଷ୍ଟାରଙ୍କ ନାମରେ ଏକ ବିଳାସପୂର୍ଣ୍ଣ ଟାୱାର ନିର୍ମାଣ ହେବାକୁ ଯାଉଛି, ଯାହାର ମୂଲ୍ୟ ପ୍ରାୟ ୪ହଜାର କୋଟିରୁ ଅଧିକ ହେବ। ଶୁକ୍ରବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଶାହରୁଖ ଖାନ ଉପସ୍ଥିତ ରହିଥିଲେ। ସେ ତାଙ୍କ ନାମରେ ନାମିତ “Shahrukh’s Danube” ନାମକ କୋଠାର ଉଦଘାଟନ କରିଥିଲେ। ତାଙ୍କ ସହିତ କୋଠାର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ରିଜୱାନ ସନଜ ମଧ୍ୟ ଥିଲେ, ଯିଏ ସୁପରଷ୍ଟାରଙ୍କ ନାମରେ ଏହି ବିଳାସପୂର୍ଣ୍ଣ କୋଠାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କାର୍ଯ୍ୟକ୍ରମରେ ସୁପରଷ୍ଟାର ଶାହରୁଖ ତାଙ୍କ ନାମରେ କୋଠା ନିର୍ମାଣ ହେବା ନେଇ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ସେ କାର୍ଯ୍ୟକ୍ରମରେ କହିଥିଲେ ଯେ, “ଯଦି ମୋ ମାଆ ଆଜି ବଞ୍ଚିଥାନ୍ତେ, ତେବେ ସେ ବହୁତ ଖୁସି ହୋଇଥାନ୍ତେ। ଏହା ମୋ ପାଇଁ ଏକ ବଡ଼ ସମ୍ମାନ। ଯେତେବେଳେ ମୋ ପିଲାମାନେ ଯିବେ, ମୁଁ ସେମାନଙ୍କୁ କହିବି, ‘ଦେଖ, ଏଥିରେ ବାପାଙ୍କ ନାମ ଲେଖା ହୋଇଛି। ଏହା ବାପାଙ୍କ କୋଠା” ତେବେ”Shahrukh’s Danube” ନିର୍ମାଣ ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହାର ନିର୍ମାଣ ମୂଲ୍ୟ ପ୍ରାୟ ୪ହଜାର କୋଟି ହେବ ବୋଲି ଆକଳନ କରାଯାଇଛି। ଏହି ଟାୱାରରେ ୫୬ ବିଶିଷ୍ଟ ମହଲା ରହିବ। ଏହି ଟାୱାରରେ ଏକ ହେଲିପ୍ୟାଡ୍ ଏବଂ ଏକ ସୁଇମିଂ ପୁଲ ମଧ୍ୟ ରହିବାର ସୂଚନା ରହିଛି।

