ରଥପୁର ରୁଗୁଡ଼ିମୁଣ୍ଡା ବନ୍ଧ ହିଡରୁ ମୃତ ଯୁବକ ଉଦ୍ଧାର
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର୍ ଛକ ନିକଟସ୍ଥ ରୁଗୁଡ଼ିମୁଣ୍ଡା ବନ୍ଧ ହିଡରେ ଏକ ଅଜଣା ଯୁବକଙ୍କୁ ମାରି ପକାଇଦେଇଥିବା ଦେଖିବାକୁ ମିଳିଛି l ଶନିବାର ସକାଳୁ ସକାଳୁ ଏହି ବନ୍ଧହିଡରେ ଏକ ପ୍ରାୟ ୨୫ବର୍ଷ ର ଯୁବକର ମୃତ ଶବ ଦେଖି ରାସ୍ତା ରେ ଯାଉଥିବା ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l ଖବର ପାଇ ବୀରମହାରାଜପୁର ପୋଲିସ ପି. ସି. ଆର୍. ଗାଡ଼ିରେ ଘଟଣା ସ୍ଥଳରେ ପହଞ୍ଚି ତନା ଘନା ଚଳାଇଥିଲେ l କିଛି ଲୋକ ସକାଳ ୪ଘଣ୍ଟା ରୁ ୪.୩୦ ମିନିଟ୍ ସମୟରେ ମର୍ଣିଂୱାର୍କ ରେ ଗଲା ବେଳେ ଏହି ବନ୍ଧ ପାଖରେ ଏକ ବଲୋରୋ ଗାଡ଼ି ଛିଡ଼ା ହୋଇଥିବାର ଦେଖିଥିବା କୁହାକୁହି ହେଉଥିବା ଶୁଣିବାକୁ ମିଳିଥିଲା l ପୋଲିସ ର ତନା ଘନା ପରେ ପ୍ରାୟ ଦିନ ୧ ଘଣ୍ଟା ସମୟରେ ମୃତ ଯୁବକ ଜଣକ ଭଜବଲପୁର ଗା ର ରାକେଶ ବରିହା (୨୫) ବର୍ଷ ବୋଳି ଜଣାପଡ଼ିଛି l ମାତ୍ର ମୃତ ଯୁବକ ଙ୍କ ମୁଣ୍ଡ ବାମ ଆଖି ରେ ଆଘାତ ହୋଇଥିବା ସହ ଯୌନାଙ୍ଗ କୁ ହତ୍ୟକାରୀମାନେ କାଟି ଦେଇଥିବା ଜଣାଯାଇଛି l ଅପରାହ୍ନ ରେ ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳକୁ ଆସି ଶବ ଚିହ୍ନଟ ପରେ ପୋଲିସ ଡାକ୍ତରଖାନା କୁ ପହଞ୍ଚି ଥିଲେ, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା l ଶବ ବ୍ୟବଚ୍ଛେଦ ପରେ ହତ୍ୟା ଘଟଣାର ପ୍ରକୃତ ତଥ୍ଯ ଜଣାପଡ଼ିବ ବୋଲି ବୀରମହାରାଜପୁର ପୋଲିସ କହିଛି l ମାତ୍ର ହତ୍ୟା ଘଟଣାର ପ୍ରକୃତ ହତ୍ୟା କାରୀର ପର୍ଦ୍ଦା ଫାସ କରାଯିବl ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କହିଛନ୍ତି l ଏହି ରାସ୍ତା ଟି ସମ୍ବଲପୁର ଓ ସୁବର୍ଣ୍ଣପୁର କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ଏଭଳି କାଣ୍ଡ ଭିଆଉଥିବା କିପରି ସାହସ ହେଉଛି ବୋଲି ଜନସାଧାରଣ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ଏବଂ ଦୋଷୀ ମାନଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଅଂଚଳ ର ବୁଦ୍ଧିଜୀବୀ ମାନେ ଦାବୀ କରୁଛନ୍ତି l

