Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପେଶ୍ଵର ବାବା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଫୂଟବଲ ଖେଳ ପଡିଆଠାରେ ଚମ୍ପେଶ୍ୱର ବାବା ଫୂଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି l ଚମ୍ପାମାଲର ରୋହିତ ହୋତା ଙ୍କ ଆୟୋଜନ କ୍ରମେ ଆୟୋଜିତ ଫୂଟବଲ ଟୁର୍ଣ୍ଣାମେଣ୍ଟ ରେ ୮ଗୋଟି ଦଳ ଭାଗ ନେଇଥିଲେ l ପ୍ରଥମ ମ୍ୟାଚରେ ବୀରମହାରାଜପୁର ଦଳ ଲାତୁରପେଟ କୁ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିଲା l ଦ୍ଵିତୀୟ ମ୍ୟାଚ ରେ ଫୁଲଚରା ବିଶିପଡାକୁ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିଲା ଠିକ ସେହିପରି ସୋନପୁର ସୁରେଶ୍ୱରୀ ସ୍ପୋର୍ଟିଂ ଆଲୋକ ଫୂଟବଲ କ୍ଲବ ମଧ୍ୟରେ ତୃତୀୟ ଲିଗ ମ୍ୟାଚ ଆରମ୍ଭ ହୋଇଥିଲା l ଏଥିରେ ସୁରେଶ୍ୱରୀ ସ୍ପଟିଙ୍ଗ ବିଜୟୀ ହୋଇ ସେମିଫାଇଲ ରେ ପ୍ରବେଶ କରିଥିଲା I ଶେଷ ଲିଗ ରେ ଆଦିବାସୀ କ୍ଲବ ଉଲୁଣ୍ଡା ଏବଂ କୁଡ଼ାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇ ଉଲୁଣ୍ଡା ଆଦିବାସୀ କ୍ଲବ ବିଜୟୀ ହୋଇଥିଲା l ପ୍ରଥମ ସେମିଫାଇଲ ରେ ବୀରମହାରାଜପୁର ଫୁଲଚରା କୁ ହରାଇ ଫାଇନାଲ ରେ ପ୍ରବେଶ କରିଥିଲା, ଦ୍ବିତୀୟ ସେମିଫାଇନାଲ ରେ ସୋନପୁର ଉଲୁଣ୍ଡା କୁ ଟ୍ରାଇବ୍ରେକର ଜରିଆରେ ହରାଇ ଫାଇନାଲ ରେ ପ୍ରବେଶ କରିଥିଲା l ଫାଇନାଲ ଖେଳରେ ବୀରମହାରାଜପୁର ଦଳ ବିଜେତା ଏବଂ ସୋନପୁର ସୁରେଶ୍ୱରୀ ସ୍ପୋର୍ଟିଂ ଉପବିଜେତା ହୋଇ ଟ୍ରଫି ଗ୍ରହଣ କରିଥିଲେ l ଫାଇନାଲ ଖେଳରେ ବୀରମହାରାଜପୁର ବିଧ୍ୟାୟକ ଇଂଜିନିୟର ରଘୁନାଥ ଜଗଦଲା ମୁଖ୍ୟ ଅତିଥିଭାବେ ଭାବରେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ l ଉକ୍ତ ଟୁର୍ଣାମେଣ୍ଟ କୁ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଉଦଘାଟନ କରିଥିବାବେଳେ, ବେଣୁଧର ଦାଶ, ଉଷା ତ୍କୁମାରୀ, ନଳିନୀ ପଣ୍ଡା, ସୂର୍ଯ୍ୟ ନନ୍ଦ, ମହେନ୍ଦ୍ର ଜଗଦଲା, ସନତ ହୋତା, ବିପିନ ପଣ୍ଡା, ଜ୍ୟୋତି ସିଂହ, ନାରାୟଣ ଲୁହା, ଲକ୍ଷ୍ମୀ ନାରାୟଣ ପୁରୋହିତ, ପଦାର୍ଥ ଜଗଦଲା, ସୁରୁ ପଧାନ, ନାରାୟଣ ଜଗଦଲା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ l ମ୍ୟାଚର ଧାରା ବିବରଣୀ ଓ ସଭା ସଂଚାଳନ କିଶୋର ହୋତା ଏବଂ ଅଭିମନ୍ୟୁ ବଗର୍ତ୍ତୀ ପ୍ରଦାନ କରିଥିବା ବେଳେ ସିଦ୍ଧାର୍ଥ ପାତ୍ର ଏବଂ ଚମ୍ପେଶ୍ୱର କମିଟି ସଦସ୍ୟ ସହଯୋଗ କରିଥିଲେ l ମ୍ୟାଚ ରେଫରୀ ଭାବରେ ଅଜିତ ନାଏକ, ଦୂର୍ଗା ପ୍ରସାଦ ମାଝୀ, ପ୍ରଶାନ୍ତ ଷାଣ୍ଢ ପ୍ରମୁଖ ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ