Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ରେ 150 ତମ ସହିଦ ବିର୍ସାମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଓଡିଶା ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ଉଲୁଣ୍ଡା ବ୍ଲକ ଶାଖା ତରଫରୁ ଶ୍ରୀଯୁକ୍ତ ମକୁନ୍ଦ ଧରୁଆଙ୍କ ସଭାପତିତ୍ୱରେ ରବିବାର 150ତମ ସହିଦ ବିର୍ସାମୁଣ୍ଡା ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗ ଏ. ସି. ଏଫ. ଗିରିଧାରୀ ନାଗ ଯୋଗଦାନ କରି ସହିଦ ବିର୍ସା ମୁଣ୍ଡାଙ୍କ ଭଳି ଲଢେଇ କରିବାର ମନବୃତ୍ତି ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ଏବଂ ସମସ୍ତେ କିଭଳି ଶିକ୍ଷିତ ହେବା ଶିକ୍ଷିତ ହେଲେ ଯାଇ ଜିଣିପାରିବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ଐତିହାସିକ ସୁଦାମ ନାଏକ, ସ୍ୱତନ୍ତ୍ର ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ବାଗ, ସମ୍ମାନିତ ଅତିଥି ଭାବରେ ଯୋଗେଶ୍ୱର ମହାନନ୍ଦ, ଓଡିଶା ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ, ସୁବର୍ଣ୍ଣପୁର ଜିଲ୍ଲା, ଉଲୁଣ୍ଡା ବ୍ଲକ ଆଦିବାସୀ ସଙ୍ଘ ସଭାପତି ନନ୍ଦନ ବାରିକ, ସିଂଢୋଲ କେ.ଜି.ଭି.ବି ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଜାମ୍ବବତୀ ଭୋଇ, ଜିଲ୍ଲା ସଂଯୋଜକ ଅନିଲ ଭୋଇନା, ରାଜକିଶୋର ଭୋଇ ଯୋଗଦାନ କରି ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ତାଙ୍କର ସମାଜ ପ୍ରତି ଅବଦାନ ଉପରେ ଆଲୋଚନା କରିଥିଲେ l ପ୍ରଥମେ ଅତିଥିମାନଙ୍କୁ ଗ୍ରାମ ଆଦିବାସୀ ନାଚ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଥିଲା l ଶେଷରେ ସମ୍ପାଦକ ଜେତେନ୍ଦ୍ରିୟ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ସଂଯୋଜନା କରିଥିଲେ ଶିକ୍ଷକ ବେଣୁଧର ସୁରୁଜାଲ l ଶିକ୍ଷକ ଅବଦୁଲ ଭୋଇ, ପ୍ରମୋଦ ଭୋଇ, ଧୂରଚୁ ତୀରକି , ସୁନୀଲ ଡାଙ୍ଗ, ଭୁବନେଶ୍ୱର ବାଗ ପୀତବାସ ଜାଲ , ଚୈତନ୍ୟ ଜଗଦଲl , ବିଭୀଷଣ ଧରୁଆ , କୈଳାଶ କୁଲି ,ପଙ୍କଜ ଭୋଇ ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ