କିଡ଼ନୀ ରୋଗରେ ଯୁବ ଚାଷୀ ଅଶ୍ବିନୀ ପ୍ରଧାନ ଙ୍କ ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମର ଯୁବଚାଷୀ ଅଶ୍ଵିନୀ ପ୍ରଧାନ (୩୮)ଙ୍କ କିଡ଼ିନୀ ରେ ଆକ୍ରାନ୍ତ ହୋଇ ଶନିବାର ମୃତ୍ୟୁ ହୋଇଛି। ସେ ଦୀର୍ଘ ୭ ମାସ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଥିଲେ। ସେ ପ୍ରଥମେ ବୁର୍ଲ୍ଲା ବଡ଼ଡ଼ାକ୍ତରଖାନା କୁ ଯାଇ ଚିକିତ୍ସା ହୋଇଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରିବାକୁ କହିବାରୁ ତାଙ୍କର ପରୀକ୍ଷା ପରେ ତାଙ୍କୁ କିଡନୀ ରୋଗ ହୋଇଥିବା ଜାଣିବାକୁ ପାଇଥିଲେ। ସେ ବର୍ଲ୍ଲା ବଡ଼ ମେଡ଼ିକାଲ ରେ ଚିକିତ୍ସା ହୋଇଥିଲେ ମଧ୍ୟ ଭଲ ନ ହେବାରୁ ପରେ କଟକ ବଡ଼ ମେଡ଼ିକାଲ ଓ ଭୁବନେଶ୍ବର ର ଘରୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଥିଲେ । ଦୀର୍ଘ ୭ ମାସ କାଳ ଧାର ଉଧାର କରି ସେ ଚିକିତ୍ସା ହୋଇଥିଲେ। ସେ ପରିବାର ର ବଡ଼ ପୁଅ ହୋଇଥିବା ବେଳେ ସେ ନିଜ ଚାଷ ଜମି ରେ ଧାନ ଚାଷ ଓ କପା ଚାଷ କରି ପରିବାର ଚଳାଉ ଥିଲେ । ସେ ବିବାହିତ ହୋଇଥିବା ବେଳେ ତାଙ୍କର ତିନି ବର୍ଷର ଏକ ଶିଶୁ କନ୍ୟା ମଧ୍ୟ ଅଛି । ସେ ଶନିବାର କଟକ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘଦିନ ଧରି ତାଙ୍କର ଚିକିତ୍ସା ହେଉଥିବାରୁ ଅଧିକ ଚିକିତ୍ସା ପାଇଁ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଦେଖାଦେଇଥିଲା । ସେ ଜଣେ ମେଲପି ଓ ଯୁବ ସଂଗଠକ ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଗ୍ରାମର ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲl । ତେବେ ଅଶ୍ଵିନୀ ଙ୍କ ମୃତ୍ୟୁ ପରେ ପରିବାର ଏବେ ବେସାହାରା ହୋଇ ପଡିଛନ୍ତି। ତାଙ୍କ ବିଧବା ସ୍ତ୍ରୀ ଇନ୍ଦୁରେଖା ଓ ଶିଶୁ କନ୍ୟା ଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି ।

