ବୀରମହାରାଜପୁର ବିଧାୟକ ଙ୍କ ଦ୍ଵାରା ଉଚ୍ଚ କ୍ଷମତା ବିଶିଷ୍ଟ ଲାଇଟ୍ ର ଶୁଭାରମ୍ଭ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତ୍ରିବେଣୀ ଛକ ଏବଂ ଚମ୍ପେଶ୍ୱର ଛକ ଠାରେ ଉଚ୍ଚ କ୍ଷମତା ବିଶିଷ୍ଟ ଆଲୋକ ର ଶୁଭାରମ୍ଭ କରାଯାଇଛି l ଉକ୍ତ ଆଲୋକ ସ୍ଥାପନ ହେବାଦ୍ବାରା ଉପଜିଲ୍ଲାପାଳ ଅଫିସ ଏବଂ ତ୍ରିବେଣୀ ଛକ ରେ ରାତ୍ରି ଯାତାୟାତ ସୁବିଧା ହେବ ବୋଲି ଜଣାଯାଇଛି l ଉକ୍ତ ଲାଇଟ ସ୍ଥାପନ ସମୟରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ l

