Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ମୁଖ୍ୟାଳୟ ରେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି ପାଳନ ଉପଲକ୍ଷେ ଏକତା ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : ଆଜି ଅପରାହ୍ନ ୩.୦୦ ଘଟିକାରେ ବୀରମହାରାଜପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତ ବାର୍ଷିକୀ ପାଳନ ଉପଲକ୍ଷେ ଆଗାମୀ ତା ୨୪.୧୧.୨୦୨୫ ରିଖ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ବୀରମହାରାଜପୁର ଠାରେ “ଏକତା ପଦଯାତ୍ରା” ଆୟୋଜନ ଓ ଅନୁଷ୍ଠିତ କରିବା ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ସୁବର୍ଣ୍ଣପୁର , ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲ। l ସୋମବାର ଏହି ପ୍ରସ୍ତୁତି ବୈଠକରେ ଯୋଗଦାନ କରି ଉପସ୍ଥିତ ଥିବା ସମସ୍ତଙ୍କୁ ଉପ ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀ ସୁରେନ୍ଦ୍ର ମେହେର ସ୍ବାଗତ କରିଥିଲେ ଏବଂ ସେ ଏକତା ପଦଯାତ୍ରା ଆୟୋଜନ , ପଦଯାତ୍ରାର ପଥ , ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ସାମୁହିକ ସଫେଇ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ଅନ୍ୟାନ୍ୟ କାର୍ଯ୍ୟକଳାପ ଓ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସବିଶେଷ ସୂଚନା ଉପସ୍ଥିତ ଉପଖଣ୍ଡ ଓ ସମିତି ସ୍ତରୀୟ ଅଧିକାରୀମାନଙ୍କୁ ସମସ୍ତ ସରପଞ୍ଚ ଓ ଜନପ୍ରତିନିଧିମାନଙ୍କୁ ସୂଚନା ଦେଇ ଅବଗତ କରାଇଥିଲେ । ଏହି ପଦଯାତ୍ରା ବୀରମହାରାଜପୁର ମିନି ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଆମ୍ବେଦକର ଛକ ସ୍ଥିତ ଡ଼ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ – ବୀରମହାରାଜପୁର ମହାବିଦ୍ୟାଳୟ – ଲାତୁରପେଟ ଗାୟତ୍ରୀ ମନ୍ଦିର (ପାନୀୟ ଜଳ / ଓ.ଆର୍.ଏସ୍. ଯୋଗାଣ) – ରଣାପାଲି ଛକ – ଉଫୁଲା ମାଉସୀ ମା ମନ୍ଦିର ( ପ୍ରଥମ ରହଣି) – ବୀରମହାରାଜପୁର ବସ ଷ୍ଟାଣ୍ଡ ( ଦ୍ଵିତୀୟ ରହଣି) – ଚମ୍ପାପୁର ଛକ – ଚମ୍ପାମାଲ ଶିବ ମନ୍ଦିର ( ତୃତୀୟ ରହଣି) – ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ପଦଯାତ୍ରା ସମାପ୍ତ ହେବ । ଏହି ପ୍ରସ୍ତୁତି ବୈଠକରେ,ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବୀରମହାରାଜପୁର , ଶ୍ରୀ ରାଜୀବ ହାଁସଦା, ତହସିଲଦାର, ବୀରମହାରାଜପୁର , ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ , ମାନ୍ୟବର ଜିଲ୍ଲା କ୍ରୀଡ଼ା ଅଧିକାରୀ , ସୁବର୍ଣ୍ଣପୁର, ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ , ଜିଲ୍ଲା ସଂଯୋଜକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ବୀରମହାରାଜପୁର ଉପଖଣ୍ଡ ଓ ପଞ୍ଚାୟତ ସମିତି ସ୍ତରୀୟ ଅଧିକାରୀମାନଙ୍କ ସମେତ ସାଂସଦ , ବଳଙ୍ଗିରଙ୍କ ପ୍ରତିନିଧି, ଶ୍ରୀମତି ନଳିନୀ ପଣ୍ଡା , ସରପଞ୍ଚ , ଇଫୁଲା , ହିଲୁଙ୍ଗ ଓ ଚମ୍ପାମଲ୍ ଗ୍ରାମ ପଞ୍ଚାୟତଙ୍କ ସମେତ ବୀରମହାରାଜପୁର ଉପଖଣ୍ଡର ବୁଦ୍ଧିଜୀବୀ ସୁମନ୍ତ ଜଗଡଳା , ବିପିନ ପଣ୍ଡl , ରମେଶ ପଣ୍ଡା ଓ ଜନସାଧାରଣ ଉପସ୍ଥିତ ରହି ଏକତା ପଦଯାତ୍ରା ଯେପରି ସଫଳ ଭାବେ ଆୟୋଜନ ଓ ଅନୁଷ୍ଠିତ ହେବା ସେଥିପାଇଁ ସେମାନଙ୍କର ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ । ତହସିଲଦାର , ବୀରମହାରାଜପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ