Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ଏକ ବୈଠକ ଆଜି ସ୍ଥାନୀୟ ମୈତ୍ରୀ ସଦନ ଠାରେ ସଂଘର ସଭାପତି ସ୍ଵୟମ୍ଭୁନାଥ ଖଣ୍ତଗିରିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉଲୁଣ୍ଡା ବ୍ଲକର ବରିଷ୍ଠ ସାମ୍ୱାଦିକ ଗୌରଚନ୍ଦ୍ର ପରିଚ୍ଛାଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସହସମ୍ପାଦକ ଯୁଗଳ କିଶୋର ମିଶ୍ର ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ସଂଘର ସମ୍ପାଦକ ବାସୁଦେବ ପଣ୍ଡା , ସୋମିତ୍ରୀ ମେହେର , ନନ୍ଦକିଶୋର ମିଶ୍ର , ଆଦିତ୍ୟେଶ୍ୱର ମିଶ୍ର, ଅଜିତ ପାଣିଗ୍ରାହୀ, ସତ୍ୟବାନ ପୁରୋହିତ , କିଶୋର ହୋତl , ରାଜେଶ ସେଠୀ , ରବୀନ୍ଦ୍ର ହୋତା , ଶେଷଦେବ ବାରିକ , ରାଧାକାନ୍ତ ବାଘ, ପୀତାମ୍ବର ସାହୁ , ସତ୍ୟବ୍ରତ ପ୍ରଧାନ , ସୁଧୀର ବିଶ୍ବାଳ , ଶେଷଦେବ ବାରିକ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ