Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଭଳି ଥିଲା ହ୍ୟୁମାନଙ୍କ ପିଲାଦିନ ଏବଂ ଟିଟଲାଗଡରୁ କଟକ ସଙ୍ଗୀତ ଯାତ୍ରା

ଭୁବନେଶ୍ୱର,୧୮|୧୧: ଗତ କାଲି ରାତିରେ ଅଲିଉଡ଼ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଛି | ତାଙ୍କ ଦେହାନ୍ତରେ ଅଲିଉଡ଼ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି | 34 ବର୍ଷ ବୟସରେ ଛାଡ଼ି ଆର ପାରିକୁ ଚାଲିଯିବା ସମସ୍ତଙ୍କୁ ଗଭୀର ଭାବେ ଆଘାତ ଦେଇଛି | ଅତି କମ ବୟସରେ ସଫଳତାର ଶିଖର ଛୁଇଁଥିଲେ | ଅନେକ ଆଲବମ ଏବଂ ଫିଲ୍ମରେ କଣ୍ଠଦାନ କରିଛନ୍ତି ହ୍ୟୁମାନ | ହ୍ୟୁମାନ ପିଲାଦିନୁ ପାଠପଢା ଅପେକ୍ଷା ସଙ୍ଗୀତକୁ ବେଶୀ ଭଲ ପାଉଥିଲେ | ତେବେ ହ୍ୟୁମାନଙ୍କର ପିଲାଦିନୁ ହିଁ ସଙ୍ଗୀତ ପ୍ରତି ଗଭୀର ଭାବେ ରୁଚି ରହିଥିଲା | ହ୍ୟୁମାନ ସାଗରଙ୍କ ସଙ୍ଗୀତ ପ୍ରତି ଆଗ୍ରହ ତାଙ୍କ ବାପା ଏବଂ ଜେଜେଙ୍କଠାରୁ ଠାରୁ ଆସିଛି | କାରଣ ତାଙ୍କ ବାପା ଓ ଜେଜେଙ୍କର ସଙ୍ଗୀତ ପ୍ରତି ବେଶ ଆଗ୍ରହ ରହିଥିଲା |

୧୯୯୦ ମସିହାରେ ହ୍ୟୁମାନ ସାଗର ଟିଟଲାଗଡ ଅନ୍ତର୍ଗତ ଦେ ବନ୍ଧ ପଡ଼ାରେ ଜନ୍ମ ଗ୍ରହଣ କରିଥିଲେ | ହ୍ୟୁମାନଙ୍କ ମା ଶେଫାଳି ସୁନା ପେଶାରେ ଜଣେ ଶିକ୍ଷୟତ୍ରୀ ଥିଲେ | ହ୍ୟୁମାନଙ୍କ ମା ଜଣେ ଶିକ୍ଷୟତ୍ରୀ ହୋଇଥିବା ସତ୍ତ୍ୱେ ହ୍ୟୁମାନଙ୍କର ପାଠ ପଢା ଅପେକ୍ଷା ସଙ୍ଗୀତରେ ବେଶି ରୁଚି ରହିଥିଲା | ହ୍ୟୁମାନ ତାଙ୍କର ହାଇସ୍କୁଲ ପାଠ ପଢା ଟିଟଲାଗଡ St. Anne’s ସ୍କୁଲରେ ହୋଇଥିଲା | +୨ ଏବଂ ସ୍ନାତକ ଡିଏଭି ଟିଟଲାଗଡରେ ହୋଇଥିଲା | ସେ ସ୍କୁଲ ଏବଂ କଲେଜ ସମୟରେ ଟିଟଲାଗଡରେ ହେଉଥିବା ବିଭିର୍ଣ୍ଣ ସଙ୍ଗୀତ କମ୍ପିଟେସନରେ ମାନଙ୍କରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଥିଲେ | ସେ ତାଙ୍କ ସଙ୍ଗୀତ କ୍ୟାରିୟର ୨୦୧୨ ଭଏସ ଅଫ ଓଡିଶା ସିଜନ ୨ ରୁ ଆରମ୍ଭ କରିଥିଲେ |

ସେ ଭଏସ ଅଫ ଓଡିଶା ସିଜନ ୨ରେ ବିଜେତା ମଧ୍ୟ ହୋଇଥିଲେ | ତାହା ପରେ ତାଙ୍କ ସଙ୍ଗୀତ ଯାତ୍ରାରେ ଏକ ଭଲ ଶୁଭାରମ୍ଭ ହୋଇଥିଲା | ସେଥିରେ ତାଙ୍କ ଧର୍ମପତ୍ନୀ ଶ୍ରେୟା ମିଶ୍ର ମଧ୍ୟ ସହ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ଏବଂ ସେଇଠୁ ତାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା | ଏବଂ ପରେ ୨୦୧୭ରେ ତାଙ୍କର ବିବାହ ହୋଇଥିଲା | ଅଲିଉଡ଼ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ତାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ କଣ୍ଠଦାନ କରିବାକୁ | ହ୍ୟୁମାନ ତାଙ୍କର ସଙ୍ଗୀତ କ୍ୟାରିୟର ଇସ୍କ ତୁ ହିଁ ତୁ ଗୀତରୁ ଆରମ୍ଭ କରିଥିଲେ | ପରେ ଅଭିଜିତ ମଜୁନଦାର ମ୍ୟୁଜିକ ଷ୍ଟୁଡିଓରେ ଗୀତ ଗାଇବାର ସୁଯୋଗ ପାଇଥିଲେ | ସେ ଅନେକ ଆଲବମ ଏବଂ ଓଡ଼ିଆ ଫିଲ୍ମରେ ନିଜର ମଧୁର ସ୍ଵରର କଣ୍ଠଦାନ କରିଛନ୍ତି | ଓଡ଼ିଶାର ସଙ୍ଗୀତ ଜଗତରେ ଅନ୍ୟତମ ପ୍ରତିଭାବାନ ଓ ଅପ୍ରତିଦ୍ବନ୍ଦୀ ଗାୟକ ଥିଲେ ହ୍ୟୁମାନ ସାଗର। ମାତ୍ର 36 ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ, ସମଗ୍ର ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି। ରୋମାଣ୍ଟିକ ଗୀତ ହେଉ ଅବା ଇମୋସନାଲ ଗୀତ ହ୍ୟୁମାନ ସବୁଥିରେ ନିଜର ବେଷ୍ଟ ଦେଇଛନ୍ତି | ବୟସ ସିନା ଅଳ୍ପ ଥିଲା କିନ୍ତୁ ଅଭିଜ୍ଞତା ଯେମିତି ଜନ୍ମରୁ ନେଇ ଆସିଥିଲେ।

୨୦୧୫ର ‘ଇସ୍କ ତୁ ହିଁ ତୁ’ରୁ ଡେବ୍ୟୁ ଯେମିତି ପୁରା ଓଡ଼ିଶାକୁ ହଲଚଲ୍ କରି ଦେଇଥିଲା। ପରେ ପରେ ମୁଁ ପରଦେଶୀ ଚଢ଼େଇ, ଅଭୟ, ପ୍ରେମକୁମାର, ଝିଅ ଟା ବିଗିଡ଼ିଗଲା, ବ୍ଲାକମେଲ୍, ତୁମ୍ ମୋ ଲଭ୍ ଷ୍ଟୋରୀ, ଗପ ହେଲେ ବି ସତ ଭଳି ଏକାଧିକ ଫିଲ୍ମରେ ସେ ଗାଇଛନ୍ତି ଅନେକ ଅଭୁଲା ଓ ଅକୁହା ମ୍ୟୁଜିକ୍ କାହାଣୀ। ସେହଜାଦି ଓ ସେହଜାଦି ଗୀତ, ସେ ପରଦେଶୀ ଚଢ଼େଇ, ପୁଣି ପ୍ରେମିକାକୁ ସୁନଜରା କହି ଡାକୁଥିବା ପ୍ରେମିକ, ପୁଣି ଗୋଟେ ସୁଆ ଗୋଟେ ସାରୀ , ଆଉ କେବେ ତୁମ୍ ମୋ ଲଭ୍ ଷ୍ଟୋରୀର ଗୀତ ଗାଇଥିଲେ | ସେଥିପାଇଁ ରାଜ୍ୟ ସାରା ଓ ଦେଶର କୋଣଅନୁକୋଣରେ ତାଙ୍କର ଝଲକ ପାଇଁ ଦିୱାନା ଥିଲେ ପ୍ରସଶଙ୍କ । ଅନୁଭବ, ବାବୁସାନ୍, ସ୍ବରାଜ, ଅର୍ଦ୍ଦେନ୍ଦୁଙ୍କ ଭଳି ପ୍ରାୟ ଓଲିଉଡର ସବୁ ଅଭିନେତାଙ୍କ ପାଇଁ ସେ ଗୀତ ଗାଇଥିଲେ। ଗୋଟେ ସମୟରେ ଅନୁଭବଙ୍କ ଭଏସ୍ ଭାବେ ଜଣାଶୁଣା ଥିଲେ। ସେଥିପାଇଁ ବୋଧେ ଶେଷ ଗୀତ ବି ଅନୁଭବଙ୍କ ପାଇଁ ଗାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories