Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ହ୍ୟୁମାନ ସାଗର ଙ୍କ ମର ଶରୀର ପହଁଞ୍ଚିବା ପରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ମଙ୍ଗଳବାର ପୂର୍ବାହ୍ନ ୧୦, ୩୦ ବିଶିଷ୍ଟ ସଙ୍ଗୀତଜ୍ଞ ହ୍ୟୁମାନ ସାଗରଙ୍କ ମୃତ ଶରିର ବୀରମହାରାଜପୁର ଠାରେ ପହଞ୍ଚିଥିଲା । ଏଠାରେ ସ୍ବର୍ଗତ ସାଗରଙ୍କ ମୃତ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ହ୍ୟୁମାନ ସାଗର ଅମର ରହେ ଧ୍ବନି ଦେଇଥିଲେ ବୀରମହାରାଜପୁର ଅଞ୍ଚଳର ରାଜନେତା କଳାକାର ବୁଦ୍ଧିଜୀବୀ । ଏହା ପରେ ପୂର୍ବାହ୍ନ ଏଗାରଟାରେ ବୀରମହାରାଜପୁର ବ୍ଲକ୍ ସଭାଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ବିଡ଼ିଓ ରାଜିବ୍ କୁମାର ହାଁସଦାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା I ସଭା ପ୍ରାରମ୍ଭରେ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବାପରେ ଅମର ଆତ୍ମାଙ୍କ ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହା ପରେ ଶୋକ ସଭାରେ ବୀରମହାରାଜପୁର ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ସାସ୍ୱତ କୁମାର ତ୍ରିପାଠୀ , ସତ୍ୟଞ୍ଜିବ ମିଶ୍ର , ଯୁଗଳ କିଶୋର ମିଶ୍ର , ପିତବାସ ଶତପଥୀ, ସୁଦର୍ଶନ ବିଶ୍ବାଳ ପ୍ରମୁଖ ସ୍ବର୍ଗତ ସାଗରଙ୍କ ସ୍ମୃତି ଚାରଣ କରିଥିଲେ। ପିତବାସ ଶତପଥୀ ହ୍ୟୁମାନ ସାଗରଙ୍କ ଦୁଇଟି ଗିତ ଗାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ