ଜାତୀୟସ୍ତର ର ପ୍ରକଳ୍ପ ଶିବିର ପଣ୍ଡା ପାଲି ମହାନଦୀ ନେତ୍ର ଚିକିତ୍ସାଳୟ ରେ ଆୟୋଯିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଆନୁକୁଲ୍ୟରେ ଦ୍ୱି ଦିବସୀୟ ପ୍ରଶିକ୍ଷଣ ଶିବିର ବୀରମହାରାଜପୁର ସ୍ଥିତ ପଣ୍ଡା ପାଲି ମହାନଦୀ ନେତ୍ର ଚିକିତ୍ସାଳୟ ପରିସରରେ ମଙ୍ଗଳବାର ଆରମ୍ଭ ହୋଇ ଯାଇଛି l ଏଥିରେ ଓଡ଼ିଶା ସମେତ ମହାରାଷ୍ଟ୍ର ଆସାମ , ଝାରଖଣ୍ଡ ,ଛତ୍ତିଶଗଡ଼ , ତେଲେଙ୍ଗାନା , ଆନ୍ଧ୍ରପ୍ରଦେଶ , ଉତ୍ତର ପ୍ରଦେଶ, ବିହାର ପ୍ରମୁଖ ରାଜ୍ୟରୁ ମୋଟ 70 ଜଣ ଶିବିରlର୍ଥୀ ଅଂଶଗ୍ରହଣ କରିଥିଲେ I ଲେପ୍ରା ସୋସାଇଟି ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଶାନ୍ତ ନାଏକ ଙ୍କ ଅଧ୍ୟକ୍ଷତାରେ ଶିବିର ପରିଚାଳିତ ହୋଇଥିଲା l ରଜନୀକାନ୍ତ ସିଂ ,ନବୀନ ସlଙ୍ଗେଲେ , କାମେଶ୍ଵର ରାଓ , ସତୀଶ ଚୌଧୁରୀ ପ୍ରମୁଖ ପୁରୁଣା ଓ ଅଭିଜ୍ଞ ପ୍ରାଶାସନିକ ଅଧିକାରୀ ପ୍ରଶିକ୍ଷଣ ଦେଇଛନ୍ତି l ଶିବିରରେ ଓଡିଶା ରାଜ୍ୟ ଲେପ୍ରl ସୋସାଇଟି ର ଆମ୍ବାସଡ଼ର ଗୋରେଖନାଥ ସାହୁ ଓ ଚିକିତ୍ସାଳୟ ର ମୁଖ୍ୟ ଡାକ୍ତର ଦେବେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଡାକ୍ତର ରୁତୁପର୍ଣା ହୋତା ଓ ଅମୃତା ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପ୍ରଥମ ଥର ପାଇଁ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏମ୍ ଏନ୍ ସି ର ସଂଯୋଜକ ଜି. ଗୋପାଳ ପ୍ରକାଶ କରିଛନ୍ତି l

