ଏଣିକି ୧୦ ବର୍ଷର ପୁରୁଣା ଗାଡି ହୋଇଥିଲେ ବି ଦେବାକୁ ପଡିବ ଫିଟନେସ ଫି
ଭୁବନେଶ୍ୱର,୨୦|୧୧: ବହୁତ ବର୍ଷର ପୁରୁଣା ଗାଡି ରଖିଥିଲେ ହୋଇ ଯାଆନ୍ତୁ ସାବଧାନ | ଭାରତ ସରକାରଙ୍କ ଯୋଗାଯୋଗ ଏବଂ ପରିବହନ ମନ୍ତ୍ରାଳୟ ଦ୍ୱାରା ନିୟମରେ ସଂଶୋଧନ କରାଯାଇଛି | ପୂରା ଦେଶରେ ଗାଡ଼ି ଫିଟନେସ୍ ନିୟମରେ ବଡ଼ ସଂଶୋଧନ ହୋଇଛି । ସଂଶୋଧିତ ନିୟମ ଅନୁସାରେ, ଏଥର ଗାଡ଼ି ଫିଟନେସ୍ ପାଇଁ ୧୦ ଗୁଣା ଅଧିକ ଫି ଦେବାକୁ ପଡ଼ିବ। ଏହି ପରିବର୍ତ୍ତନ central motor vehicle rules ଆଧାରରେ ଲାଗୁ କରାଯାଇଛି ଏବଂ ଶୀଘ୍ର କାର୍ଯ୍ୟକାରୀ ବି କରାଯାଇଛି ।
ସୂଚନା ମୁତାବକ, ଏହି ନିୟମ ଅନୁସାରେ ଗାଡ଼ିଗୁଡିକର ଫିଟନେସ୍ ଫି’ ହାଇ କାଟାଗରୀ ପାଇଁ ଗାଡ଼ିର ସମୟ ସୀମାକୁ କମ କରାଯାଇଛି | ପୂର୍ବରୁ ଆପଣଙ୍କ ପାଖେ ଯଦି ୧୫ ବର୍ଷର ପୁରୁଣା ଗାଡି ଥିଲା ତେବେ ତା ପାଇଁ ଅଧକ ଫିଟନେସ୍ ଦେବାକୁ ପଡୁଥିଲା | କିନ୍ତୁ ଏବେ ସରକାର ୧୫ ବର୍ଷରୁ ହ୍ରାସ କରି ୧୦ ବର୍ଷ ସମୟ ସୀମା କରିଦେଇଛନ୍ତି । ଏଥର ଗାଡ଼ି ୧୦ବର୍ଷରୁ ଯଦି ପୁରୁଣା ହୋଇଥାଏ ତେବେ ଆପଣଙ୍କୁ ଫିଟନେସ୍ ପାଇଁ ପୂର୍ବ ଅପେକ୍ଷା ଅଧିକ ଫି’ ଦେବାକୁ ପଡ଼ିବ । ଯୋଗାଯୋଗ ଏବଂ ପରିବହନ ମନ୍ତ୍ରାଳୟ ପକ୍ଷରୁ central motor vehicle rules ରେ କିଛି ସଂଶୋଧନ କରି ଫିଟନେସ୍ ଟେଷ୍ଟ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ନୂଆ ନିୟମ ଅନୁସାରେ, ଭିନ୍ନ ଭିନ୍ନ ଗାଡି ପାଇଁ ଅଲଗା ପ୍ରକାର ସମୟ ସୀମା ଧାର୍ଯ୍ୟ କରାଯାଇଛି | ଗାଡି ଯେତେ ପୁରୁଣା ହୋଇଥିବ ଫିଟନେସ ଖର୍ଚ ବି ସେତେ ଅଧିକ ରହିବ | ସଂଶୋଧନ ନିୟମ ଅନୁସାରେ ପ୍ରାୟ ସବୁ ପ୍ରକାରର ଯାନବାହାନ ରହିଛି |
ତେବେ କେଉଁ କେଉଁ ଯାନବାହାନ ଉପରେ ଲାଗୁ ହେବ ସେ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ଦୁଇ ଚକିଆ, ତିନି ଚକିଆ, କ୍ବାଡ୍ରିସାଇକେଲ, ଲାଇଟ୍ ମୋଟର ଭେଇକିଲ, ମିଡିୟମ୍ ଓ ହେଭି ଗୁଡ୍ସ ବା ପାସେଞ୍ଜର ଭେଇକିଲ ସହିତ ସବୁ ପ୍ରକାର ବାହନ ଗୁଡ଼ିକ ଉପରେ ଲାଗୁ ହେବାକୁ ଯାଉଛି । ତେବେ କେତେ ବର୍ଷ ପୁରୁଣା ଗାଡି ହୋଇଥିଲେ ଆପଣଙ୍କୁ କେତେ ଫି ଦେବାକୁ ପଡିବ ଜାଣନ୍ତୁ…
ଯଦି ଆପଣଙ୍କ ପାଖେ ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରହିଛି ତେବେ ଆପଣଙ୍କୁ ସେଥିପାଇଁ ୨୫୦୦୦ ପର୍ଯ୍ୟନ୍ତ ଦେବାକୁ ପଡିବ ଯାହା ଆଗରୁ ୨୫୦୦ ରହିଥିଲା | ଏବଂ ୨୦ ବର୍ଷରୁ ପୁରୁଣା ମିଡିୟମ କମର୍ସିଆଲ ଗାଡ଼ି ଥିଲେ ୨୦,୦୦୦ ଦେବାକୁ ପଡିବ | ୨୦ ବର୍ଷରୁ ପୁରୁଣା ଲାଇଟ୍ ଭେଇକିଲ ପାଇଁ ୧୫ ହଜାରକୁ ବୃଦ୍ଧି କରାଯାଇଛି | ସେହିପରି ସଂଶୋଧନ ନିୟମ ଅନୁସାରେ, ୩ ଚକିଆ ଗାଡ଼ି ପାଇଁ ରହିଛି ୭,୦୦୦ ଏବଂ ଦୁଇଚକିଆ ଯାନ ପାଇଁ ୨,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୬୦୦ ରହିଥିଲା |
କେବଳ ୧୫ରୁ ଅଧିକ ପୁରୁଣା ଗାଡ଼ି ନୁହେଁ ଏବେ ୧୦ ବର୍ଷରୁ ପୁରୁଣା ଗାଡ଼ି ହୋଇଥିଲେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଫିଟନେସ୍ ଫି ଦେବାକୁ ପଡ଼ିବ । ସରକାରଙ୍କ ନିୟମ ଅନୁସାରେ ସଡ଼କ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରୁଣା ଗାଡ଼ିଗୁଡିକୁ ହଟାଇବା ପାଇଁ ଏହି ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ଗାଡ଼ି ମାଲିକଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ | ତେବେ ଯଦି ଆପଣଙ୍କ ଗାଡ଼ି ୧୦ ବର୍ଷରୁ ପୁରୁଣା ହୋଇଥାଏ ତେବେ ଆପଣଙ୍କୁ ଅଧିକ ଫିଟନେସ୍ ଫି ଦେବାକୁ ପଡିବ |

