ସୁବଳୟା କଲେଜ ର ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଖେଳ ପଡିଆରେ ସଫେଇ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ରେଡ଼କ୍ରସ କାଉନସିଲର ଦେବାଶୀଷ ପ୍ରଧାନ ଓ ଅଧ୍ୟାପକ ଟି ରେହମାନ୍ଙ୍କ ନେତୃତ୍ୱରେ ଉଭୟ ମହାବିଦ୍ୟାଳୟର ରେଡ଼କ୍ରସ ସ୍ବେଛାସେବୀ ମାନଙ୍କ ଦ୍ଵାରା ସୁବଳୟା ଖେଳ ପଡ଼ିଆରେ ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଛି ।ଏଥିରେ ୫୦ ରୁ ୬୦ ଜଣ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ପୁରୋହିତ, ଅଧ୍ୟାପକ ବିଶ୍ଵ ରଞ୍ଜନ ସାହୁ , ଓମ୍ କୁମାର ପ୍ରଧାନ , ସଞ୍ଜୟ କୁମାର ମେଣ୍ଡିଲି , ଅଧ୍ୟାପିକା ଅର୍ପିତା ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । କଲେଜର କର୍ମଚାରୀ ଦିଲ୍ଲୀପ କୁମାର ମେହେର ଗୋପାଳ ଭୋଇ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟ ପୁନର୍ବାର ପରବର୍ତ୍ତୀ ସମୟରେ କରାଯିବାକୁ ମତାମତ ପ୍ରକାଶ ପାଇଥିଲା।

