Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ ସୋନମ୍…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର ଶେଷରେ ତାଙ୍କର ପ୍ରେଗନାନ୍ସି ସ୍ପଷ୍ଟ କରିଛନ୍ତି। ପ୍ରଥମ ଥର ପାଇଁ ସେ ତାଙ୍କ ବେବି ବମ୍ପ ପ୍ରଦର୍ଶନ କରୁଥିବା ଫଟୋ ସେୟାର କରିଛନ୍ତି ଏବଂ ନିଜକୁ ‘ମା’ ବୋଲି କହିଛନ୍ତି।

ସେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଏକ ମିଳିତ ପୋଷ୍ଟ ସେୟାର ପୋଷ୍ଟ କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସନ୍ତାନର ପ୍ରସବ ୨୦୨୬ ମସିହାରେ ହେବ।ଗତ କିଛି ଦିନ ଧରି ସୋନମ୍ କପୁରଙ୍କ ଗର୍ଭାବସ୍ଥାକୁ ନେଇ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେ କିମ୍ବା ତାଙ୍କ ପରିବାରର କେହି ଏହି ଖୁସି ଖବରକୁ ସ୍ପଷ୍ଟ କରିନଥିଲେ। କିନ୍ତୁ ଏବେ ସୋନମ୍ ନିଜେ ଏହାକୁ ସ୍ପଷ୍ଟ କରିଛନ୍ତି ଏବଂ ତାଙ୍କ ବେବି ବମ୍ପ ପ୍ରଦର୍ଶନ କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି – ମାଆ।

ସୋନମ କପୁର ଏବଂ ବ୍ୟବସାୟୀ ଆନନ୍ଦ ଆହୁଜା ଅନେକ ବର୍ଷ ଧରି ଡେଟିଂ କରିବା ପରେ ମେ ୨୦୧୮ରେ ବିବାହ କରିଥିଲେ। ୨୦୨୨ରେ ସେମାନଙ୍କର ଏକ ପୁଅ ‘ବାୟୁ’ ଜନ୍ମ ହୋଇଥିଲା। ଆଉ ଏବେ ସେ ୨୦୨୬ରେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ