Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ରୁ ୫୦ ଲକ୍ଷ ଟଙ୍କାରେ ମିଳିବ ଘର, ବସ୍ତିବାସିନ୍ଦାଙ୍କୁ ମିଳିବ ପ୍ରାଥମିକତା: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର ୨୦।୧୧ : ବସ୍ତି ବାସିନ୍ଦାଙ୍କ ପାଇଁ ସରକାର ନେଇଛନ୍ତି ନୂତନ ପଦକ୍ଷେପ | ଏଣିକି ଶସ୍ତାରେ ଘର ଯୋଗାଇଦେବେ ରାଜ୍ୟ ସରକାର | ଆଉ ଜାଗା ନୁହେଁ, ବସ୍ତିବାସିନ୍ଦାଙ୍କୁ ଘର ଦେବାକୁ ଚିନ୍ତା କରୁଛନ୍ତି ସରକାର । ରାଜଧାନୀରେ ଆଉ ରହିବନି ବସ୍ତି | ବସ୍ତି ଶୂନ୍ୟ କରିବାକୁ ସରକାର ଏପରି ଯୋଜନା କରିଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜଧାନୀରେ ଅତି କମ ମୂଲ୍ୟରେ ମିଳିବ ଘର । ୧୪ ରୁ ୫୦ ଲକ୍ଷ ଟଙ୍କାରେ ଯୋଗାଇ ଦିଆଯିବ ଘର । ସେଥିପାଇଁ ପ୍ରସ୍ତୁତ ହୋଇଛି ପାଇଲଟ ପ୍ରୋଜେକ୍ଟ |ଏହି ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି । ଟୁ ବିଏଚକେ ପ୍ଲାନିଂରେ ଘରଗୁଡ଼ିକ ରହିଛି । ତେବେ ଏହି ଯୋଜନାର ପ୍ରାଥମିକ ପର୍ଯ୍ୟାୟରେ ବସ୍ତିବାସିନ୍ଦାଙ୍କୁ ଆଗ ପ୍ରାଥମିକତା ଦିଆଯିବାର ରହିଛି । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯିବାର ରହିଛି । ଏ ପ୍ରୋଜେକ୍ଟ ଫଳପ୍ରଦ ହେବା ପରେ ଏହି ଯୋଜନାକୁ ଅଧିକ ବିସ୍ତାର କରାଯିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ