Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁଣ ଭାବି ରାସାୟନିକ ପଦାର୍ଥ ‘ଥିମେଟ୍’ ଖାଇଦେଲେ, ଘଟଣାରେ ୩ ଶିଶୁ ଗୁରୁତର

ଭୁବନେଶ୍ୱର,୨୧|୧୧: ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଅନ୍ତର୍ଗତ ଶାଳବଣୀ ଗ୍ରାମରେ । ସଢ଼େଇ ଖେଳ ଖେଳୁଥିବା ସମୟରେ ଅଜାଣତରେ ଏକ ପ୍ରକାରର ରାସାୟନିକ ପଦାର୍ଥ ଥିମେଟ୍ ଖାଇ ୩ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି |

ସୂଚନା ଅନୁସାରେ , ଶାଳବଣୀ ଗ୍ରାମର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ, ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ, ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ ଗତକାଲି ଅପରାହ୍ନ ସମୟରେ ସାଙ୍ଗ ହୋଇ ସଢ଼େଇ ଖେଳ ଖେଳୁଥିଲେ। ଛୋଟ ଛୋଟ ସଢେଇରେ ବିଭିନ୍ନ ପ୍ରକାରର ରୋଷେଇ ପଦାର୍ଥ ବନେଇ ଖେଳୁଥିଲେ | ପରେ ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ। ସଂଧ୍ୟାରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା | ପରେ ଶିଶୁ ମାନଙ୍କୁ ଘର ଲୋକେ ରାତିରେ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରେମୁଣା ମେଡିକାଲରେ ଭର୍ତ୍ତି କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ଅବସ୍ଥା ଅତ୍ୟଧିକ ଗୁରୁତର ରହିଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ