Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲଓ୍ଵାମା ହମଲାର ତଦନ୍ତ ହେଲେ ରାଜନାଥଙ୍କୁ ଦେବାକୁ ପଡ଼ିଥାନ୍ତା ଇସ୍ତଫା, ସତ୍ୟପାଲ୍ କହିଲେ- ଯବାନଙ୍କ ମୃତଦେହ ଉପରେ ଲଢା ଯାଇଥିଲା ୨୦୧୯ ନିର୍ବାଚନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ପୁଲଓ୍ଵାମା ହମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୧୯ର ଲୋକସଭା ନିର୍ବାଚନ ସୈନିକଙ୍କ ମୃତଦେହ ଉପରେ ଲଢାଗଲା। ସେ ଏହା ମଧ୍ୟ କହିଛନ୍ତି ଯଦି ତଦନ୍ତ ହୋଇଥାନ୍ତା ତେବେ ତତ୍କାଳୀନ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା। ଅନେକ ଅଧିକାରୀଙ୍କୁ ଜେଲ୍ ଯିବାକୁ ପଡ଼ିଥାନ୍ତା। ସେ ଦାବି କରିଛନ୍ତି ଯେ, ଆକ୍ରମଣ ପରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସୂଚନା ଦେଇଥିଲି। ହେଲେ ମୋତେ ନିରବ ରହିବାକୁ କୁହାଗଲା।

ରାଜସ୍ଥାନର ଅଲଓ୍ଵର ଜିଲ୍ଲାରେ ବାନସୂରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର କର୍ବେଟ୍ ଜାତୀୟ ଉଦ୍ୟାନରେ ସୁଟିଂ କରୁଥିଲେ। ସେଠାରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିଥିଲେ। ମୁଁ ଜଣାଇଥିଲି ଯେ, ଆମ ଭୁଲ୍ କାରଣରୁ ଆମ ସୈନିକଙ୍କ ମୃତ୍ୟୁ ଘଟିଛି। ଏହା ଉପରେ ପିଏମ ମୋଦୀ ତାଙ୍କୁ ନିରବ ରହିବାକୁ କହିଥିଲେ। କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଗୌତମ ଆଦାନୀ ପ୍ରସଙ୍ଗରେ ମଧ୍ୟ ମୋଦୀ ସରକାରଙ୍କୁ ଘେରିଛନ୍ତି।

ମଲିକ୍ କହିଛନ୍ତି, ଆଦାନୀଙ୍କ ସହ କେନ୍ଦ୍ର ସରକାରଙ୍କ ନିବିଡ଼ ସଂପର୍କ ରହିଛି। ଆଦାନୀ ୩ ବର୍ଷରେ ଏତେ ଧନ ସଂପତ୍ତି ଜମା କରି ଦେଲେ ଯେ, ଦେଶର ସବୁଠୁ ଧନୀ ବ୍ୟକ୍ତି ହୋଇଗଲେ। ଆଉ ଏହି ପ୍ରସଙ୍ଗ ହିଁ ମୋଦୀ ସରକାରଙ୍କୁ ମହଙ୍ଗା ପଡ଼ିପାରେ। ଏହି ପ୍ରସଙ୍ଗରେ ସରକାର ବିରୋଧୀଙ୍କ ଉତ୍ତର ଦେବାକୁ ଚାହୁଁ ନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ