Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣିଙ୍କ ଘରେ ଓ ଦେଶୀ ମଦଭାଟିରେ ଇଡିର ଚଢ଼ାଉ

ଭୁବନେଶ୍ୱର,୨୧|୧୧:ସୈରାତ ଲିଜଧାରୀ ତଥା ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣିଙ୍କ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଡାହିସାହି ଘରେ ଇଡି ଚଢ଼ାଉ କରିଛି ଇଡି| ତାହା ସହିତ ବୈଦପୁର ନିମୁହାଁ ଠାରେ ଚାଲିଥିବା ଦେଶୀ ମଦ ଭାଟିରେ ମଧ୍ୟ ଚଢ଼ାଉ ଜାରି ରଖିଥିଲା ଇଡି |

ସୂଚନା ଅନୁସାରେ, ପ୍ରଦୀପ ବିନ୍ଧାଣି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀରୁ ସରକାରୀ ଲିଜ୍‌ ଅନୁସାରେ ବାଲି ନେଉଥିଲେ | କିନ୍ତୁ ଲିଜ୍‌ରେ ଲେଖା ହୋଇ ଥିବା ପରିମାଣଠାରୁ ଅନେକ ଗୁଣ ଅଧିକ ବାଲି ଉଠାଇ ନେଇଥିବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ତାଙ୍କୁ ପ୍ରାୟ ୧୭ କୋଟି ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଅର୍ଥ ଆଦାୟ କରିବାକୁ ଦାୟିତ୍ଵ ଦେଇଥିଲେ। ହେଲେ ଏହି ଜରିମାନା ଟଙ୍କା ଆଜିଯାଏଁ ଆଦାୟ ହୋଇ ପାରିଲା ନାହିଁ | ଅଭିଯୁକ୍ତ ପ୍ରଦୀପ ବିନ୍ଧାଣି ତାଙ୍କ ବିରୁଦ୍ଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ଅଟକାଇବା ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଆଜି ହଠାତ୍ ଇଡି ଦ୍ବାରା ଚଢ଼ାଉ ସବୁ ଯୋଜନାରେ ପୂର୍ଣ୍ଣଛେଦ ପକାଇଥିଲା।

ତେବେ ଏତେ ବଡ଼ ପରିମାଣର ଜରିମାନା ଖିଲାପକାରୀଙ୍କ ଉପରେ କାହିଁକି ରାଜ୍ୟ ସରକାର କିମ୍ବା ଖଣି ଓ ରାଜସ୍ୱ ବିଭାଗ କାହିଁକି କଡା ପଦକ୍ଷେପ ନେଇ ନାହାନ୍ତି ? ଏହି ୧୭ କୋଟି ଟଙ୍କା କ’ଣ ରାଜସ୍ୱ ଖାତାକୁ ଫେରିବ କି ? ଏହା ଗୋଟେ ବଡ ପ୍ରଶ୍ନ ଉଙ୍କି ମାରିଛି | ନଦୀର ପରିବେଶ ଉପରେ ଏଭଳି ବେଆଇନ୍ ଖନନର ପ୍ରଭାବକୁ ନେଇ ଏନଜିଟି ଯେଉଁ ଗୁରୁତର ନିର୍ଦ୍ଦେଶ ଦେଇଛି, ତାହାର କେତେ ଦୂର କାର୍ଯ୍ୟକାରିତା ହେଉଛି |

ଏହା ସହିତ ପ୍ରଦୀପ କୁମାର ବିନ୍ଧାଣିଙ୍କ ପରିଚାଳନାରେ ବୈଦପୁର ଗ୍ରାମରେ ଚାଲିଥିବା ସରକାରୀ ଦେଶୀ ମଦ ଭାଟିରେ ମଧ୍ୟ ଇଡି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ତେବେ ବିଗତ ୧୨ଘଣ୍ଟାରୁ ଅଧିକ ସମୟ ଧରି ଇଡିର ଚଢ଼ାଉ ଜାରି ରହିଥିବା ବେଳେ ପ୍ରଦୀପଙ୍କ ସମେତ ତାଙ୍କ ପରିବାର ବର୍ଗଙ୍କୁ ଘର ଭିତରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା l ତେବେ ଏନେଇ କୌଣସି ଅଧିକାରୀ କିମ୍ବା ପ୍ରଦୀପଙ୍କ ପରିବାର ସଦସ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ