Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୟୁମାନଙ୍କୁ ମାରି ଦିଆଯାଇଛି! ଦୁଇ ମ୍ୟାନେଜରଙ୍କ ନାଆଁରେ ଥାନାରେ ଏତଲା

ଭୁବନେଶ୍ୱର, ୨୧|୧୧: ଓଲିଉଡ୍ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା । ଘଟଣାରେ ଆସିଛି ନୂଆ ମୋଡ | ହ୍ୟୁମାନଙ୍କ ଦୁଇ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ହୋଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କୋଶଳ ମୁକ୍ତିମୋର୍ଚ୍ଚା ସଂଗଠନ ପକ୍ଷରୁ ହ୍ୟୁମାନ୍‌ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ୍‌ ଥାନାରେ ଏତଲା ଦିଆଯାଇଛି। କୋଶଳ ମୁକ୍ତିମୋର୍ଚ୍ଚାର ସାଧାରଣ ସଂପାଦକ ସିପୁନ ଖମାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହ୍ୟୁମାନ୍‌ ସାଗରଙ୍କ ମୃତ୍ୟୁ ଘଟଣାର ସ୍ପଷ୍ଟ ତଦନ୍ତ ପାଇଁ ଦାବି ହୋଇଛି।

ତେବେ ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆ ୩ ଜଣଙ୍କୁ ଦାୟୀ କରିଥିଲେ । ସେମାନେ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁରେ ବି ଅଭିଯୋଗ । ତାଙ୍କର ଅଭିଯୋଗ ଥିଲା ଯେ ‘ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା । ‘ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ’ କରାଉଥିଲେ’ । ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ । ରୋଗ ନୁହେଁ ବରଂ ଡିପ୍ରେସନରେ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ମାଆ ଶେଫାଳି। ଅର୍ପିତାଙ୍କ ନାଁ ନେଇ ତାଙ୍କ ମାଆ କହିଥିଲେ ପୁଅକୁ ବର୍ବାଦ କରି ଧୋକା ଦେଲା। ଶେଷରେ ଡିପ୍ରେସନରେ ଆସି ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ମାଆ ଶେଫାଳି ସୁନା।

ଅନ୍ୟପଟେ ଅଭିଯୋଗ ପରେ ଭଡକିଥିଲେ ଟିମ୍ ସଦସ୍ୟ । ହ୍ୟୁମାନଙ୍କ ମାଆ କରିଥିବା ସଂଗୀନ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ମା ଙ୍କୁ ଗାଳି ଦେଇଥିଲେ । ସେ ଆହୁରି କହିଥିଲେ କି, ହ୍ୟୁମାନଙ୍କ ଫୋନ୍ ରେ କ’ଣ ଥିଲା ଯାହାକୁ ଡିଲିଟ କରିବାକୁ ହ୍ୟୁମାନଙ୍କ ମାଆଙ୍କୁ ମନା କରୁଛନ୍ତି ତାଙ୍କ ପାଖେ ଥିବା ଯୁବକ ଜଣକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ