Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦ ବର୍ଷ ବଡ଼ ଅଭିନେତା ରଣବୀରଙ୍କ ସହ ରୋମାନ୍ସ କରିବେ ସାରା…

ମୁମ୍ବାଇ: ରଣବୀର ସିଂହଙ୍କ ଆଗାମୀ ଫିଲ୍ମ “ଧୁରନ୍ଧର”ର ଟ୍ରେଲର ରିଲିଜ୍ ହୋଇସାରିଛି ଓ ଏଥିରେ ଆର. ମାଧବନ, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଅକ୍ଷୟ ଖନ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।ଏଥିସହିତ ଏହି ଫିଲ୍ମରେ ସାରା ଅର୍ଜୁନ ରଣବୀରଙ୍କ ପ୍ରେମିକା ରୂପରେ ନଜର ଆସିବେ।

ଟ୍ରେଲରରେ ନିର୍ଦ୍ଦେଶକ ଆଦିତ୍ୟ ଧର, ରଣବୀର ଏବଂ ସାରାଙ୍କ ଦୁଇଟି ଦୃଶ୍ୟ ଦେଖାଇଛନ୍ତି ଯେଉଁଥିରେ ଗୋଟିଏ ଦୃଶ୍ୟ ରେ ସେମାନେ ହସୁଥିବାର ଓ ଅନ୍ୟଟିରେ ସେ ରଣବୀରଙ୍କ ସହିତ ବାଇକ୍ ଚଲାଉଥିବାର ନଜର ଆସିଛନ୍ତି। ତେବେ ଧୁରନ୍ଧର ଫିଲ୍ମ ଜରିଆରେ ସାରା ବଲିଉଡରେ ଡେବ୍ୟୁ କରୁଛନ୍ତି ଓ ଏଥିରେ ତାଙ୍କର ଭୂମିକା ବହୁତ୍ ଛୋଟ ଥିବା ନେଇ କୁହାଯାଉଛି। ରିପୋର୍ଟ ଅନୁଯାୟୀ ରଣବୀର ଏବଂ ସାରାଙ୍କ ମଧ୍ୟରେ ୨୦ ବର୍ଷର ବ୍ୟବଧାନ ରହିଛି। ତେବେ ସାରା ଦକ୍ଷିଣ ଭାରତୀୟ ଫିଲ୍ମ ଅର୍ଥାତ୍ ମଣିରତ୍ନମଙ୍କ “PS ୧” ଏବଂ “PS ୨ ” ରେ ଐଶ୍ୱର୍ଯ୍ୟାଙ୍କ ପିଲାଦିନ ଭୂମିକାରେ ସେ ଅଭିନୟ କରିଥିଲେ। ସାରା ଅର୍ଜୁନ ଦକ୍ଷିଣ ଭାରତୀୟ ଅଭିନେତା ରାଜ ଆର୍ଯ୍ୟାନଙ୍କ ଝିଅ ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେ ଛଅ ବର୍ଷ ବୟସରୁ ହିଁ କାମ କରିବା ଆରମ୍ଭ କରିଥିଲେ। ୨୦୧୧ ମସିହାରେ ସେ “ଦିଭା ଥିରୁମାଗଲ” ଚଳଚ୍ଚିତ୍ରରେ ନୀଲା ନାମକ ଭୂମିକା ରେ ଅଭିନୟ କରିଥିଲେ। ଯାହାକି ତାଙ୍କୁ ପ୍ରତ୍ୟେକ ଘରେ ପରିଚିତି କରିପାରିଥିଲା।

ଏଥିସହିତ ସେ “ଏକ ଥି ଡାୟନ,” “୪୦୪,” “ଜଜବା,” ଏବଂ “ଦି ସଂଗ ଅଫ୍ ସ୍କର୍ପିଅନ୍ସ” ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। କେବଳ ଏତିକି ନୁହେଁ ସେ ପିଲାବେଳୁ ଟିଭି ବିଜ୍ଞାପନରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ