Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ହେବ ନକ୍ସଲ ମୁକ୍ତ ରାଜ୍ୟ, କନ୍ଧମାଳରୁ ଆରମ୍ଭ ଏହି ଅପରେସନ୍

କନ୍ଧମାଳ,୨୨|୧୧: ଓଡ଼ିଶାରୁ ନକ୍ସଲଙ୍କ ନିପାତ ହେବ। ଏନେଇ ଆରମ୍ଭ ହୋଇଛି ବଡ଼ ଅପରେସନ୍ | ଓଡ଼ିଶା ପୋଲିସ ନେଇଛି ବଡ ପଦକ୍ଷେପ | କନ୍ଧମାଳରୁ ଆରମ୍ଭ ହେବ ଏହି ଅପରେସନ୍। ଆସନ୍ତା ବର୍ଷ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶା ନକ୍ସଲ ମୁକ୍ତ ହେବ। ସୂଚନା ଅନୁସାରେ, ଓଡ଼ିଶାରେ ବାକି ଅଛନ୍ତି ୮୦ରୁ ୮୫ ମାଓବାଦୀ । ମାଓବାଦୀଙ୍କ ଭିତରେ ୫ ଓଡ଼ିଆ ଥିବା ବେଳେ ବାକି ସବୁ ଅଣ ଓଡ଼ିଆ।

ପୋଲିସ ଡିଜି ୱାଇ. ବି ଖୁରାନିଆଙ୍କ କହିଛନ୍ତି ଯେ, ନକ୍ସଲଙ୍କୁ ମୂଳପୋଛ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ତେଣୁ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ସମ୍ପୂର୍ଣ୍ଣ ମାଓବାଦୀ ଗୋଷ୍ଠୀକୁ ମୁଳପୋଛ କରିବାର ଟାର୍ଗେଟ୍ ରଖାଯାଇଛି । କନ୍ଧମାଳରେ ନକ୍ସଲ ବିରୋଧୀ ଅପେରସନର ସମୀକ୍ଷା ବେଳେ ଏଭଳି କହିଛନ୍ତି ।

ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ବତନ୍ତ୍ର ପଲିସି ତିଆରି ହୋଇଛି। ଯେଉଁମାନେ ସରେଣ୍ଡର କରିବେ ପଲିସି ଅନୁସାରେ ସୁବିଧା ପାଇବେ । ନକ୍ସଲ ବିରୋଧୀ ଅପେରସନର ନିରୀକ୍ଷଣ ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ। ଡିଜିପିଙ୍କ ସମେତ IG ଅପେରସନ ସଂଜୀବ ପଣ୍ଡା, DIG ଅଖିଳେଶ୍ୱର ସିଂ ଏବଂ ଦକ୍ଷିଣାଞ୍ଚଳ IG ନୀତି ଶେଖର ମଧ୍ୟ ଉପସ୍ଥିତ ଅଛନ୍ତି |

କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ନକ୍ସଲ ଓ ମାଓ ମୁକାବିଲା, ଗଞ୍ଜେଇ ଚାଷ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୁରା ସମୀକ୍ଷା କରିଛନ୍ତି ଡିଜିପି। ସମୀକ୍ଷା ବୈଠକରେ କନ୍ଧମାଳ SP, SOG କମାଣ୍ଡାଣ୍ଟ, CRPF ଏବଂ BSF ଅଧିକାରୀମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ