ଏଣିକି ବାଲିରେ ଲାଗୁ ହେବ ଏମ୍ଏସ୍ପି
ଭୁବନେଶ୍ବର: ବାଲିରେ ଲାଗୁ ହେବ ଏମ୍ଏସ୍ପି। ପ୍ରଥମଥର ପାଇଁ ମନଇଚ୍ଛା ଦର ବଢାଇ ବାଲି ବିକ୍ରି କରିପାରିବେନି ଲିଜ୍ଧାରୀ। ସରକାର ନିଦ୍ଧାର୍ରିତ କରିଥିବା ଏମ୍ଏସ୍ପି ଦରରେ ହିଁ ବାଲି ବିକ୍ରି କରାଯିବ। ଏମ୍ଏସ୍ପି ଲାଗୁ ହେବା ଦ୍ବାରା ଟିକେ ଶସ୍ତାରେ ଲୋକଙ୍କୁ ବାଲି ମିଳିବ ବୋଲି କୁହାଯାଉଛି। ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି।
ଏଣିକି ଇ-ଲଟେରୀ ଜରିଆରେ ମିଳିବ ଲଘୁ ଖଣି। ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା।

