Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଅୟୋଜିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ୧୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ବିଜୟ ଲକ୍ଷ୍ମୀ ତରାଇ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତଙ୍କର ଶୁଭ କାମନା କରିବା ସହ ଶପଥ ପାଠ କରାଇଥିଲେ। ଶିକ୍ଷା ସହିତ କ୍ରୀଡ଼ାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିବା ସହ ପ୍ରତିଦିନ ଖେଳିବା ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯକ୍ରମରେ ପରିଚାଳନା ସମିତିର ସଭାପତି ବିଜୟ ବାରିକ୍, ସଂପାଦକ ରାଜେନ୍ଦ୍ର କୁମାର୍ ଦେହୁରୀ ଉପସ୍ଥିତି ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ସହିତ କ୍ରୀଡ଼ାର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଅଛି ବୋଲି କହିଥିଲେ । ଏହି ବାର୍ଷିକ କ୍ରୀଡ଼ା ରେ ବିଦ୍ୟାଳୟ ର ୩୦୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରକାର ଖେଳକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ। ବିଦ୍ୟାଳୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ସଙ୍କୁଳ ସ୍ତରୀୟ କ୍ରୀଡାକୁ ମନୋନୀତ କରାଯାଇଛି। ଶାରୀରିକ ପ୍ରମୁଖ ତ୍ରିବିକ୍ରମ ମେସୁଆ ଓ ପୂର୍ବତନ ଶାରିରୀକ ପ୍ରମୁଖ ଡ.ହୃଷୀକେଶ ଦେହେରିଙ୍କ ମାର୍ଗ ଦର୍ଶନରେ ସମସ୍ତ ଖେଳ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା , ପୂର୍ବତନ ଗୁରୁଜୀ , ପରିଚାଳନା ସମିତି ,ଶୁଭେଚ୍ଛୁ ଅବିଭାବକ ଅବିଭାବିକା ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଶେଷରେ ଗୁରୁମା ବିଷୟା ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ