ବ୍ଲକ ସ୍ତରୀୟ କ୍ରିକେଟ ଓ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତା ମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରିକେଟ ଓ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧୭ବର୍ଷ ଭିତରେ ବାଳକ ଓ ବାଳିକା ବିଭାଗ ରେ କ୍ରିକେଟ ଓ ଫୁଟବଲ ଦଳ ଖେଳାଳି ଚୟନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଜଗଦଳା ଅଧକ୍ଷତା କରିଥିଲେ I ସଭା ରେ ମୁଖ୍ୟ ଅତିଥି ଭାବରେ ବ୍ଲକ କ୍ରୀଡା ସମ୍ପାଦକ ରଣଜିତ ପଧାନ. ଓ କ୍ରୀଡା ସଂଯୋଜକ ପ୍ରଦୀପ ମହାନନ୍ଦ କାର୍ଯ୍ୟକ୍ରମ କୁ ପରିଳନା କରିଥିଲେ l ଏହି ଚୟନ ଶିବିର ବ୍ଲକ ର ୨୦ଟି ଉଚ୍ଚ ବିଦ୍ୟାଳୟ ରୁ ମୋଟ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l

