ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସରେ ବହଲପଦର ଦଳ ଫାଇନାଲ ରେ ପ୍ରବେଶ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମ ଖେଳ ପଡ଼ିଆରେ ୭ମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ୱତୀୟ ଦିବସ ମ୍ୟାଚ୍ ବହଳପଦର ଓ ସାଗଜୁରୀ ମଧ୍ୟରେ ହୋଇଥିଲା । ଏଥିରେ ବହଲପଦର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୯୪ରନ କରିଥିଲେ। ଜବାବରେ ସାଗଜୁରୀ ଦଳ ନିର୍ଦ୍ଧାରିତ ୮ ଓଭର ରେ ୬ଉଇକେଟ ହରାଇ ୪୭ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଦାଦରପାଳି ଓ ବଲିପାଲି ମଧ୍ୟରେ ହେବାର ଥିଲା । କିନ୍ତୁ ବଳିପାଳି ଦଳ ନ ଆସିବାରୁ କମିଟି ପକ୍ଷରୁ ଦାଦର ପାଳି ଦଳ କୁ ବିଜୟୀ ଘୋଷଣା କରାଯାଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ବହଳପଦର ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଦାଦରପାଳି ମଧ୍ୟରେ ହୋଇଥିଲା । ଏଥିରେ ବହଳପଦର ଦଳ ନିର୍ଦ୍ଧାରିତ ୧୦ଓଭର ରେ ୬ଉଇକେଟ ହରାଇ ୯୩ରନ କରିଥିବା ବେଳେ ଦାଦର ପାଳି ଦଳ ନିର୍ଦ୍ଧାରିତ ୧୦ଓଭର ରେ ୫ଉଇକେଟ ହରାଇ ୬୫ ରନ କରି ପରାସ୍ତ ହୋଇଥିଲା। ଏଥିରେ ଦାଦରପାଳି ଦଳ କୁ ହରାଇ ବହଳପଦର ଦଳ ଫାଇନାଲ ରେ ପ୍ରବେଶ କରିଛି। ସୋମବାର କୋଟସମଲାଇ ଦଳ ଓ ବହଳପଦର ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳ ଅନୁଷ୍ଠିତ ହେବ l ମ୍ୟାଚ ଗୁଡିକ ରାଜେନ୍ଦ୍ର ମହାକୁର ଓ ବିଜୟ କୁମାର ପଧାନ ଅମ୍ପାୟର ,ବାସୁଦେବ ମେଣ୍ଡିଲି ସ୍କୋରର ଏବଂ ଆକାଶ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ। ଚକ୍ରଧର ମେଣ୍ଡିଲି , ଅମ୍ବରିଶ ମେଣ୍ଡିଲି , ରାହୁଲ ମହାକୁର , ଦେବାଶିଷ ଭୋଇ , ଓମ୍ ପ୍ରକାଶ ମହାକୁର ପ୍ରମୁଖ ସହଯୋଗ କରିଥିଲେ l

