Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂଗ୍ରାମୀ ଙ୍କ ସ୍ମୃତି ଚରଣ ଆମ ଗୌରବ ର ପ୍ରତି ଫଳନ

ଅସ୍ତରଙ୍ଗ: ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀ ମାନଙ୍କ ସ୍ମୃତି ଭାରତ ଇତିହାସ ରେ ଏକ ଗୌରବମୟ ଅଧ୍ୟାୟ।ଯୁଗ ପରେ ଯୁଗ ଏହା ଆମକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧି ବାଦି ପ୍ରହଲ୍ଲାଦ ସିଂହ।ଆଜି ପୂର୍ବାହ୍ନରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଲବଣ ସତ୍ୟାଗ୍ରହ ର ସଂଗ୍ରାମୀ ସ୍ମୃତି ପୀଠ କୁହୁଡି ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ପକ୍ଷରୁ ୯୩ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ସିଂହ ଭାରତର ସ୍ୱାଧୀନତା ସଂଗ୍ରାମ ଓ ଲବଣ ସତ୍ୟାଗ୍ରହ ସମ୍ପର୍କରେ ବିଶଦ ଆଲୋଚନା କରି ସଂଗ୍ରାମୀ ମାନଙ୍କର ତ୍ୟାଗ ର ପଟାନ୍ତର ନାହିଁ ବୋଲି କହିଥିଲେ।କୁହୁଡି ର ସଂଗ୍ରାମ ସମ୍ପର୍କରେ ତଥ୍ୟ ରଖି ସଂଗ୍ରାମୀ ମାନଙ୍କ ର ସାହସ, ବଳିଦାନ ଓ ଦେଶପ୍ରେମ ଅନନ୍ୟ ଓ ଅବିସ୍ମରଣୀୟ ବୋଲି କହିଥିଲେ।ଆଗାମୀ ପିଢି ପାଇଁ ଏହା ପ୍ରେରଣାଦାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର କାର୍ଯ୍ୟ କାରି ସଭାପତି ଅମୀୟ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ କୁହୁଡି ର ଗୌରବମୟ ଇତିହାସ ଓ ସଂଗ୍ରାମୀ ମାନଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ କୁହୁଡି ସ୍ମୃତି ପୀଠ ରେ ଏହି ଭଳି ସମାରୋହ ମାଧ୍ୟମରେ ଆଗାମୀ ପିଢି କୁ ଆମ ମହାନ ଓ ଗୌରବମୟ ଐତିହ୍ୟ ସମ୍ପର୍କରେ ସଚେତନ କରାଯିବାର ପ୍ରୟାସ କରାଯାଉଛି ବୋଲି କହିଥିଲେ।ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଯୋଗ ଦେଇ ସମସ୍ତଙ୍କୁ ଜାତୀୟ ସଂହତି ଶପଥ ପାଠ କରାଇଥିଲେ।ଅତିଥି ମାନେ ସ୍ମରଣିକା ଉନ୍ମୋଚନ କରିଥିଲେ।ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଧି ଦେଇ ଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା।ତାଙ୍କ ନାତୁଣୀ ବୋହୁ କନକଲତା ନାୟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ଙ୍କ ଠାରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ, କ୍ରିଡା ଓ ଯୁବ ସେବା ମନ୍ତ୍ରୀ,ପିସିସି ସଭାପତି, ପୁରୀ ଜିଲ୍ଲାପାଳ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଓ ଉତ୍କଳ ସଂଗ୍ରାମୀ ସମିତିର ସଭାପତି ସୋମନାଥ ପାତ୍ର ଙ୍କ ଠାରୁ ମିଳିଥିବା ଶୁଭେଚ୍ଛା ବାର୍ତ୍ତା କୁ ପାଠ କରାଯାଇଥିଲା।ପ୍ରତ୍ୟୁଷରୁ ରାମଧୂନ ପରିବେଷଣ କରାଯିବା ସହ ଏକ ଶୋଭାଯାତ୍ରା ବ୍ଳକ ଛକ ଠାରୁ କୁହୁଡି ପର୍ଯ୍ୟନ୍ତ ଆସିଥିଲା।ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତମୂର୍ତ୍ତି ,ସ୍ମୃତି ଫଳକ ରେ ମାଲ୍ୟାର୍ପଣ ଓ କୁହୁଡି ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ସରସ୍ଵତୀ ସ୍ୱାଇଁ, ବନିତା ବେହେରା, ସ୍ମୃତି ସମିତି ସଦସ୍ୟ ଦିବାକର ଛାଟୋଇ, ଉପସଭାପତି ଦେଶବନ୍ଧୁ ସ୍ୱାଇଁ, ଉପଦେଷ୍ଟା ଗୋଲଖ ମହାନ୍ତି, ସାଧାରଣ ସମ୍ପାଦକ ନିରଦ ବରଣ ମହାନ୍ତି ଓ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଯୋଗ ଦେଇ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ର କୃତି ପ୍ରତି ଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ବିଡ଼ିଓ ଡା ବେବିତା ମଞ୍ଜରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଶିକ୍ଷାବିତ କାଳନ୍ଦୀ ଛାଟୋଇ, ସତ୍ୟବ୍ରତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ