SCBର ICUରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
କଟକ,୨୪|୧୧: କଟକ ବଡ ମେଡିକାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଚିକତ୍ସାଧୀନ ଅବସ୍ଥାରେ ଥିବା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ | ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ହସ୍ପିଟାଲର କର୍ମଚାରୀ | ସେ ଦୀର୍ଘଦିନ ଧରି ରୋଗୀ ସେବା କାର୍ଯ୍ୟରେ ଆଟେଣ୍ଡଣ୍ଟ ଭାବରେ ନିଯୁକ୍ତ ଥିଲେ | ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁର ଜିଲ୍ଲାର ଅଧିବାସୀ ମାନସ ରଞ୍ଜନ ପତି | ହସ୍ପିଟାଲର ଥାର୍ଡ଼ ପାର୍ଟି ଦାୟିତ୍ୱରେ ଥିବା ଏକ ସଂସ୍ଥାର କର୍ମଚାରୀ ଭାବେ ସେ ରୋଗୀ ସେବା କାର୍ଯ୍ୟରେ ନିଯୁକ୍ତ ଥିଲେ |
ସୂଚନା ଅନୁସାରେ, ଜଣେ ମହିଳା SCB ମେଡିକାଲରେ ICUରେ ରହି ଚିକିତ୍ସିତ ହେଉଥିଲେ | ଚିକତ୍ସାଧୀନ ଅବସ୍ଥାରେ ରହିଥିବା ସମୟରେ ଜଣେ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଛନ୍ତି | ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ଥାନା ପୋଲିସ କର୍ମଚାରୀ ଜଣଙ୍କୁ ଗିରଫ କରିଛି | ଏବଂ ରବିବାର ଅଭିଯୁକ୍ତ ମାନସକୁ କୋର୍ଟ ଚାଲାଣ ମଧ୍ୟ କରିଛି | SCB ମେଡିକାଲ ରାଜ୍ୟର ସବୁଠାରୁ ବଡ ମେଡିକାଲ | ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ରୋଗୀ ଚିକତ୍ସା ପାଇଁ ଆସିଥାନ୍ତି | ତେବେ ଏତେବଡ ହସ୍ପିଟାଲରେ ଏଭଳି କାର୍ଯ୍ୟକଳାପ ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ଉପରେ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ ? ତେବେ ପୋଲିସ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି | କର୍ମଚାରୀ ଜଣଙ୍କୁ ଗିରଫ କରିବା ସହ କୋର୍ଟ ମଧ୍ୟ ଚାଲାଣ କରିଛି | କିନ୍ତୁ ପୋଲିସ ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ତଦନ୍ତ ଜାରି ରଖିଛି |

