ଚିପିଲିମା ୪ର୍ଥ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ, କଂସ ବରଣ,ଆସନ୍ତା ୮ରୁ ୧୪ଧନୁଯାତ୍ରା ମହୋତ୍ସବ
ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଚିପିଲିମାରେ ୪ର୍ଥ ଧନୁଯାତ୍ରା ଆସନ୍ତା ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ମହାସମାରୋହ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ରୀତିନୀତି ମଧ୍ୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l ଏହି ଅବସରରେ ଧନୁଯାତ୍ରା କମିଟି ସଭାପତି ସୁଶାନ୍ତ ବୁଢା ଓରପ କାଳିଆଙ୍କ ତତ୍ୱାବଧାନରେ କମିଟି ସଦସ୍ୟମାନେ ଘଣ୍ଟେଶ୍ୱରୀ ମାଁଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଅଜ୍ଞାମାଳ ନେଇ ଆସି ଧନୁଯାତ୍ରା ପଡିଆରେ ସ୍ଥାପନ କରିଥିଲେ l ପରେ ସମସ୍ତ ରୀତିନୀତି ମଧ୍ୟରେ ପୂଜାର୍ଚ୍ଚନା ପରେ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପାଦଧୋଇ ପୁଷ୍ପମାଲ୍ୟ, ଓପଢ଼ୋକନ ଦେଇ ସମ୍ମାନୀତ କରାଯାଇଥିଲା l କର୍ତ୍ତା ଭାବରେ ଗୌନ୍ତିଆ ଭୀଷ୍ମଦେବ ପଣ୍ଡା ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ସାହିଲ ଦାଶ ପରିଚାଳନା କରିଥିଲେ l ଶୁଭସ୍ଥାପନ କାର୍ଯ୍ୟକ୍ରମରେ କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ ସମେତ ଜନସାଧାରଣ ସହଯୋଗ କରିଥିଲେ l ପ୍ରକାଶ ଥାଉକି ଚଳିତ ଧନୁଯାତ୍ରାରେ ବରଗଡ ଧନୁଯାତ୍ରା ପୂର୍ବତନ କଂସ ମହାରାଜ ହୃଷିକେଶ ଭୋଇ ଦ୍ଵିତୀୟ ଥରପାଇଁ କଂସ ଭୂମିକା ନିର୍ବାହ କରିବେ ବୋଲି ଜଣାପଡିଥିବାବେଳେ, ଏନେଇ ରୀତିନୀତି ଅନୁସାରେ କଂସ ବରଣ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଧନୁଯାତ୍ରା ସମ୍ପର୍କରେ ସଭାପତି କାଳିଆଙ୍କୁ ପଚରାଯିବାରୁ ଏ ଧନୁଯାତ୍ରା ହେଉଛି ଆଞ୍ଚଳିକ ଧନୁଯାତ୍ରା ଏବଂ ଏଥିରେ ଅଞ୍ଚଳବାସୀଙ୍କ ସଫଳ ସହଯୋଗ କାମନା କରିଛନ୍ତି l

