Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତ ଋତୁରେ ଗରମ ପାଣିରେ ଗାଧୋଉଛନ୍ତିକି? ତେବେ ହୋଇ ଯାଆନ୍ତୁ ସତର୍କ! ଏହି ଅଭ୍ୟାସ ଆଣିପାରେ ଅନେକ ସମସ୍ୟା

ଶୀତଦିନେ ଆରମ୍ଭ ହେବା ମାତ୍ରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ଶୀତ ଦିନ ଆରମ୍ଭ ହେବା ମାତ୍ରେ ସମସ୍ତଙ୍କ ଦୈନଦିନ ଜୀବନଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ | ଖାଦ୍ୟପେୟରୁ ଆରମ୍ଭ କରି ଆପଣଙ୍କର ଗାଧୋଇବା ଅଭ୍ୟାସରେ କିଛିଟା ପରିବର୍ତ୍ତନ ଆସିଥାଏ। ତେବେ ଶୀତଦିନରେ ଥଣ୍ଡାକୁ ଡରି ଅନେକ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି | ଅନ୍ୟପଟେ ଗରମ ଦିନରେ ଥଣ୍ଡା ପାଣିରେ ଗାଧୋଇବା ଖୁବ୍ ଶାନ୍ତି ଲାଗେ । ଅଧିକାଂଶ ଲୋକ ଶୀତଦିନ ଥଣ୍ଡାକୁ ନଜରରେ ରଖି ବାଥରୁମ ରେ ଗିଜର ଲଗାଉଛନ୍ତି | ଅନେକ ଥଣ୍ଡାକୁ ଡରି ୱାଟର ହିଟର ବ୍ୟବହାର କରି ଗରମ ପାଣିରେ ଗାଧୋଇବା ଆରମ୍ଭ କରିଦେଇଥାନ୍ତି। ଥଣ୍ଡାରେ ଗରମ ପାଣିରେ ସ୍ନାନ କରିବାରେ ଶରୀରକୁ ଅନେକ ଫାଇଦା ମିଳେ ବୋଲି ଅନେକଙ୍କର ଧାରଣା ରହିଛି | ଗରମ ପାଣି ଶରୀରର ଥକ୍କାପଣକୁ ଦୂର କରିବାରେ ସହାୟକ ହୋଇଥାଏ | ଫିଟନେସ୍ ଫ୍ରିକ୍ ଅଧିକାଶ ଲୋକ ଅନେକ ସମୟରେ ୱାର୍କଆଉଟ୍ କିମ୍ୱା ଥକା ଲାଗିବା ପରେ ଗରମ ପାଣିରେ ସ୍ନାନକରି ରିଲାକ୍ସ ହେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଗରମ ପାଣିରେ ସ୍ନାନ କରି ଯଦି ସାବଧାନତା ଅବଲମ୍ୱନ କରାନଯାଏ ତ ଏହାର ବଡ଼ କ୍ଷତି ହୋଇପାରେ।

ତେବେ ସବୁ ଜିନିଷର କିଛିଟା ନିୟମ ରହିଛି ଏବଂ ତାହାର ଆବଶ୍ୟକତାର ସୀମା ମଧ୍ୟ ରହିଛି | ଚର୍ମ ବିଶେଷଜ୍ଞଙ୍କ କହିବା ଅନୁସାରେ , ଅଧିକ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମର ପ୍ରାକୃତିକ ଆର୍ଦ୍ରତା ହ୍ରାସ ପାଏ, ଯେଉଁଥିରେ ଚର୍ମ ଶୁଷ୍କତା , କୁଣ୍ଡେଇ ହେବା ସମସ୍ୟା ମଧ୍ୟ ଦେଖାଦେଇପାରେ | ଗରମ ପାଣି କିରାଟିନ ସ୍କିନ୍ ର ସେଲ୍ସକୁ ଡ୍ୟାମେଜ୍ କରିଥାଏ, ଯାହା କାରଣରୁ ତ୍ୱଚାରେ କୁଞ୍ଚନ, ଶୁଖିଲା ପଣ ଓ ଦାଗର ସମସ୍ୟା ଇତ୍ୟାଦି ସୃଷ୍ଟି ହୋଇପାରେ। ଏହି କାରଣରୁ ଶୀତଦିନେ, କେବେ ବି ଖୁବ୍ ଗରମ ପାଣିରେ ସ୍ନାନର ପରାମର୍ଶ ଦିଆଯାଇ ନଥାଏ।

ଅତ୍ୟଧିକ ଗରମ ପାଣିର ବ୍ୟବହାରରେ ମୁଣ୍ଡର କେଶର ମଧ୍ୟ କ୍ଷତି ହୋଇଥାଏ | ବିଶେଷଜ୍ଞଙ୍କ ଅନୁସାରେ , ଗରମା ପାଣିରେ ଗାଧୋଇବା ଅଭ୍ୟାସ କେବଳ ଚର୍ମକୁ ହିଁ ନୁହେଁ ବରଂ କେଶର ମଧ୍ୟ କ୍ଷତି ପହଞ୍ଚାଇଥାଏ। ଅଧିକ ଗରମ ପାଣି ଆପଣଙ୍କ କେଶକୁ ନଷ୍ଟ କରି ଏହାର କୋମଳତାକୁ ହ୍ରାସ କରିଦିଏ, ଯେଉଁଥିରେ କେଶ ଶୁଖିଲା ଓ ନିର୍ଜୀବ ଦେଖାଯାଏ। ଗରମ ପାଣିରେ ସ୍ନାନ କରିବା ଦ୍ୱାରା ରୂପି ସମସ୍ୟାରେ ମଧ୍ୟ ବୃଦ୍ଧି ଘଟିବାରେ |

ଅତ୍ୟଧିକ ଗରମ ପାଣିର ବ୍ୟବହାର ଚର୍ମରେ ଜ୍ୱଳନ ସମସ୍ୟା ସୃଷ୍ଟି କରିଥାଏ | ଯାହା ଫଳରେ ଚର୍ମର ଉପର ସ୍ତର ପ୍ରଭାବିତ ହୋଇଥାଏ ଏବଂ ଯେଉଁଥିରେ ଜ୍ୱଳନ , ଲାଲ୍ ପଡ଼ିବା କିମ୍ୱା ଏକଜିମା ଭଳି ସମସ୍ୟା ମଧ୍ୟ ଦେଖାଦେଇ ପାରେ | ଅବଶ୍ୟ ଯାହାର ଶ୍ୱାସ କିମ୍ବା ଏସନଫୁଲିଆ ଭଳି ସମସ୍ୟା ରହିଥାଏ ଥାଏ ସେମାନେ ଗରମ ପାଣିକୁ ଅଳ୍ପ ଗରମ କରି ସ୍ନାନ କରିବାରେ ବ୍ୟବହାର କରିପାରିବେ | ତେବେ ଶୀତଦିନେ ଥଣ୍ଡା ଯୋଗୁଁ ଯଦି କାହାର ବିଶେଷ ଶରୀରର ସମସ୍ୟା ନଥାଏ ତେବେ ଆପଣ ଗରମ ପାଣିକୁ ଯେତେ କମ ହୋଇପାରିବ ସେତିକି ଗାଧୋଇବାରେ ବ୍ୟବହାର କରନ୍ତୁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ