ବୀରମହାରାଜପୁର ଠାରେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ୧୫0ତମ ଜନ୍ମଦିନ ଅବସରରେ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମବାର ଉକ୍ତ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ବୀରମହାରାଜପୁର ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲାପାଳ ଡ଼କ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ ପ୍ରମୁଖ ମଞ୍ଚାସିନ ଥିଲେ l ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ, ବରିଷ୍ଠନାଗରିକ , ବୁଦ୍ଧିଯିବି, ମିଶନ ଶକ୍ତି ମହିଳା, ବ୍ଲକ କଳାକାର ସଂଘର କଳାକାର ଏକତା ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ୧ ଶହ ମିଟର ର ତ୍ରିରଙ୍ଗାକୁ ସାମିଲ କରି ଛାତ୍ର ଛାତ୍ରୀ ମାନେ ବୋହିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜିଲିନା ପଧାନ , ରାଜେନ୍ଦ୍ର ମାଝୀ , ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର , ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ , ବିଡ଼ିଓ ରାଜୀବ ହାଁସଦା, ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡା , ଆଇ ଆଇ ସି ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ଆୟୋଜନ କରିଥିଲେ l ଉଫୁଳା , ବୀରମହାରାଜପୁର ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଏବଂ ଚମ୍ପାମାଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉକ୍ତ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀ ନାରାୟଣ ସାହୁ, ଏବଂ ଅବିନାଶ ହୋତା ପରିଚାଳନା କରିଥିଲେ l

