ବିଜେପି ପକ୍ଷରୁ ବୀରମହାରାଜପୁର କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ବନ୍ଦେ ମାତରଂ ଏବଂ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସୋନପୁର ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ସଭା ରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇ ସମ୍ପୂର୍ଣ୍ଣ ବନ୍ଦେ ମାତରଂ ଗାନକରିବା ସହିତ ବିକଶିତ ଓଡିଶା , ବିକଶିତ ଭାରତ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆତ୍ମ ନିର୍ଭର ଭାରତ ଉପରେ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ବିଜୟ କୁମାର ମହାକୁର, ଅଶୋକ ପୂଜାରୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଆନନ୍ଦ ବାରିକ, ଅଶୋକ ପୃଷ୍ଟି, ରାଧାକାନ୍ତ ମହାକୁର ପ୍ରମୁଖ ମଞ୍ଚାସିନ ଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ମିଶ୍ର ସଭା ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟବ୍ରତ ମିଶ୍ର , ସାନନ୍ଦ ମେହେର , ସୌଦାମିନୀ ଜାଲ , ସବିତା ପଣ୍ଡା , ବୀରମହାରାଜପୁର ସରପଞ୍ଚ ସଙ୍ଘ ସଭାପତି ଶ୍ରୀୟା କର୍ମୀ , ସୁମନ୍ତ ଜଗଦଲା ରାଜିନ ବିଶି , ଶରତ ମିଶ୍ରଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

