Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜ ତଳକୁ ଖସିଲା ବସ; ୫ ଗୁରୁତର, ଅନେକ ଆହତ

ସୋନପୁର, ୨୫l୧୧: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ନିକଟରେ ଜୟଭୋଲେ ନାମକ ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡିଥିବାର ସୂଚନା ମିଳିଛି। ବସ ଯିବା ସମୟରେ ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଅତ୍ୟଧିକ କୁହୁଡି ଏହାର ଅନ୍ୟ ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି | ଆଜି ସକାଳ ୬ଟା ସମୟରେ ଏହି ଦୁର୍ଘଟଣାଟି ଘଟିଛି ।

ବସ୍‌ଟି ଭୁବନେଶରରୁ ବରଗଡ଼ ଜିଲାର ପଦ୍ମପୁର ଅଭିମୁଖେ ଯାତ୍ରା କରୁଥିଲା । ବସରେ ପ୍ରାୟ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ସ୍ଥଳରେ ବିନିକା ଓ ରାମପୁର ଅଗ୍ନିଶମ ସେବା କେନ୍ଦ୍ରର ଅଗ୍ନିଶମ ଅଧିକାରୀ ମାନେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହିତ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣାରେ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ