Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରଙ୍କ ଟାର୍ଗେଟରେ ରାଜ୍ୟର ସବୁ ଜିଲ୍ଲାପାଳ; ଅଧାରେ ପଡିଛି ୧.୮୮ ଲକ୍ଷ ଘର

ଭୁବନେଶ୍ୱର;୨୫|୧୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଖାଦେଇଛି ନୂଆ କେଳେଙ୍କାରୀ| ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର ଏବେ ଅଧପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ସରକାର ଗରିବ ଓ ଅସହାୟଙ୍କ ପାଇଁ କରିଥିବା ଯୋଜନାରେ ବାଧା ସୃଷ୍ଟି ହେଉଛି| ଏହି ଯୋଜନାରେ ଲଗାଯାଇଥିବା ଲକ୍ଷାଧିକ ଟଙ୍କା ସଠିକ ଭାବରେ ତାର ଲକ୍ଷ ହାସଲ କରିପାରୁନାହିଁ | ଏହି ମାମଲାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନଭେମ୍ବର ୨୦ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି| ପିଏମ୍‌ଏଓ୍ବାଇଜିରେ ମାତ୍ର ୧ଲକ୍ଷ ୧୪ହଜାର ୩୫୭ ଘର ସମ୍ପୂର୍ଣ୍ଣ ହୋଇଛି। ୩ଲକ୍ଷ ୨୬ହଜାର ୫୮୨ ଘର ଏବେ ଅଧା କାମ ହୋଇପଡିଛି। ବଡ଼କଥା ହେଲା ଏହି ଅଧାପନ୍ତରିଆ ଘର ମଧ୍ୟରୁ ୧ଲକ୍ଷ ୩୮ହଜାର ୩୧୯ ଆବାସର କୌଣସି ପ୍ରମାଣ ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ ୧ଲକ୍ଷ ୮୮ହଜାର ୨୬୩ ଅଧପନ୍ତରିଆ ଘର ରହିଛି ତାକୁ ଡିସେମ୍ବର ସୁଦ୍ଧା ତାକୁ ଶେଷ କରିବାକୁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକଳ୍ପ ନିର୍ଦ୍ଦେଶକ ସବୁ ଜିଲ୍ଲାପାଳଙ୍କୁ ଦିନିକିଆ ଟାର୍ଗେଟ ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲ୍ଲାପାଳଙ୍କୁ ପ୍ରତିଦିନ ୫୫ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବାଲେଶ୍ୱର ପାଇଁ ୨୦୦, ବରଗଡ଼ ପାଇଁ ୧୨୪ ଆବାସ ଦିଆଯାଇଛି। ସେହିପରି ଭଦ୍ରକ ଜିଲ୍ଲାପାଳଙ୍କୁ ୩୯୯, ବଲାଙ୍ଗୀରକୁ ୧୮୫, ବୌଦ୍ଧ ୧୮୩, କଟକ ୧୮, ଦେବଗଡ଼ ୧, ଢେଙ୍କାନାଳ ୭୦, ଗଜପତି ୧୧୧, ଗଞ୍ଜାମ ୪୪, ଜଗତ୍‌ସିଂହପୁର ୬, ଯାଜପୁର ୧୬, ଝାରସୁଗୁଡ଼ା ୨୦, କଳାହାଣ୍ଡି ୨୦୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୭୧, ଖୋର୍ଦ୍ଧା ୧୩, କୋରାପୁଟ ୩୩୮, ମାଲକାନଗିରି ୧୫୪, ମୟୂରଭଞ୍ଜ ୯୭୨, ନବରଙ୍ଗପୁର ୨୬୧, ନୟାଗଡ଼ ୫୪, ନୂଆପଡ଼ା ୨୬୫, ପୁରୀ ୫୨, ରାୟଗଡ଼ା ୧୧୭, ସମ୍ବଲପୁର ୨୮, ସୋନପୁର ୨୮ ଏବଂ ସୁନ୍ଦରଗଡ଼ ପାଇଁ ଦୈନିକ ୧୧୫ଟି ଘର କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି।

ଏବେ ସୁଦ୍ଧା ମୟୂରଭଞ୍ଜରେ ସର୍ବାଧିକ ୪୦ହଜାର ୮୨୧ ଆବାସ ଟାର୍ଗେଟ ଦିଆଯାଇଥିବା ବେଳେ ଭଦ୍ରକକୁ ୧୬ ହଜାର ୭୪୨ ପକ୍କା ଘର, ନୂଆପଡ଼ାକୁ ୧୧ ହଜାର ୧୩୧, ନବରଙ୍ଗପୁରକୁ ୧୦ ହଜାର ୯୪୯, କୋରାପୁଟକୁ ୧୪ ହଜାର ୧୯୩, ବଲାଙ୍ଗୀରକୁ ୭ ହଜାର ୭୫୭, ବାଲେଶ୍ୱରକୁ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ