“ମୁଁ ଅମରକୁ ଭଲପାଏ, ଅମର ପାଖେ ରହିବି”: ଏପରି କହିଛନ୍ତି ଆମେରିକାରୁ ଫେରିଥିବା ଓଡ଼ିଆ ଝିଅ
ଭୁବନେଶ୍ୱର,୨୫|୧୧: ପ୍ରେମ ପାଇଁ ଆମେରିକା ଭଳି ଦେଶକୁ ଟା ଟା କରିଦେଇଛନ୍ତି ଓଡ଼ିଆ ଝିଅ | ହଁ ଏ କଥା ସତ | “ମୁଁ ଅମର ପାଖେ ରହିବି ଏବଂ ତାକୁ ବାହା ହେଇକି ରହିବି” ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପ୍ରେମ ପାଇଁ ସାତ ଦରିଆ ତେର ନଈ ପାର ହୋଇ ଆସିଥିବା ଓଡ଼ିଆ ଝିଅ | ତାଙ୍କ କହିବା ଅନୁସାରେ, ସେ ବାଲେଶ୍ୱରରେ ରହୁଥିବା ଅମର ନାମକ ଯୁବକ ଜଣଙ୍କ ପାଇଁ ସୁଦୂର ଆମେରିକାରୁ ଫେରି ଆସିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅମରଙ୍କ ସହିତ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା ସାଙ୍ଗ ହୋଇକି ପାଠ ପଢ଼ୁଥିବା ସମୟରୁ | ଯେତବେଳେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା ଅମରଙ୍କ ସହିତ | ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ୨୦୨୪ରେ ତାଙ୍କ ବଏଫ୍ରେଣ୍ଡ ଅମରଙ୍କୁ ଶେଷ ମେସେଜ କରିଥିଲେ | ତାଙ୍କ ମା ତାଙ୍କୁ ଅମରଙ୍କ ସହ କଥା ହେବାକୁ ମନା କରିବା ସତ୍ବେ ଅମରଙ୍କ ପ୍ରେମ ତାଙ୍କୁ ଟାଣି ଆଣିଥିଲା ଆମେରିକାରୁ | ଏ କଥା ସେ ଗଣାମଧ୍ୟମରେ କହିଛନ୍ତି |
ସୂଚନା ଅନୁସାରେ, ଏହି ସୁଦୂର ଆମେରିକାରୁ ଫେରି ଆସିଥିବା ଏହି ଯୁବତୀ ଜଣଙ୍କ ନାମ ହେଉଛି ପୂଜା | ତାଙ୍କର ୨୦୧୮ ମସିହାରେ ଏକ ଭିଡିଓ ଭାଇରଲ ହୋଇଥିଲା | ଯେଉଁଥିରେ ସେ କହିଥିଲେ ଯେ, ମୁଁ ଏକ ହିନ୍ଦୁ ଝିଅ | ମୋତେ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରିବାକୁ ବାଧ୍ୟ କରୁଛନ୍ତି | ତାଙ୍କ କହିବା ଅନୁସାରେ ତାଙ୍କୁ ତାଙ୍କ ବାପା, ମା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ବିଭିନ୍ନ ଯନ୍ତ୍ରଣା ଦେଉଛନ୍ତି | ଏବଂ ଭିଡିଓରେ ସେ ଓଡିଶା ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ ମଧ୍ୟ କରିଥିଲେ |
ସୂଚନା ଅନୁଯାୟୀ, ପୂଜାଙ୍କୁ ୨୦୧୮ ମସିହାରେ ଆମେରିକାର ଏକ ଦମ୍ପତ୍ତି ପୋଷ୍ୟ ଭାବରେ ଗ୍ରହଣ କରିଥିଲେ | ଏବଂ ପୂଜା ତାଙ୍କ ସାଙ୍ଗରେ ଆମେରିକାରେ ରହୁଥିଲେ | କିନ୍ତୁ କିଛି ବର୍ଷ ପରେ ସେମାନେ ତାଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେବାକୁ ବାଧ୍ୟ କରିଥିଲେ | କେବଳ ସେତିକି ନୁହେଁ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଯନ୍ତ୍ରଣା ମଧ୍ୟ ଦେଉଥିଲେ | ପୂଜା ତାଙ୍କ କାମ କରି ଯେତିକି ପଇସା ମଧ୍ୟ ଇନକମ କ୍ୱେରିଥିଲେ ସେତିକି ମଧ୍ୟ ଦେଲେ ନାହିଁ | ୨୦୨୩ରେ ତାଙ୍କ visaର ଭ୍ୟାଲିଡିଟି ମଧ୍ୟ ସାରି ଯାଇଥିଲା ଏବଂ ସେଥିପାଇଁ ସେ ଆମେରିକା ସରକାରଙ୍କୁ ସାହାଯ୍ୟ ପାଇଁ କହିଥିଲେ | କିନ୍ତୁ ସେଠାରୁ ସେ କୌଣସି ପ୍ରକାର ସାହାଯ୍ୟ ନ ପାଇବା ଫଳରେ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ଓଡିଶା ସରକାରଙ୍କୁ ନିବେଦନ କରିଥିଲେ | ସେହି ସମୟରେ ଅମର ଦାସ ନାମକ ଯୁବକ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ | ଏବେ ସେହି ଅମରର ଭଲପାଇବା ପାଇଁ ଆମେରିକାକୁ ପର କରି ଓଡିଶା ଫେରି ଆସିଛନ୍ତି | ଏବଂ ଆମେରିକା ଆଉ ନଯାଇ ଓଡ଼ିଶାରେ ଅମରକୁ ବାହା ହୋଇ ତାଙ୍କ ସହ ରହିବେ ବୋଲି କହିଛନ୍ତି | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

