ବୀରମହାରାଜପୁର – ସୋନପୁର ମୁଖ୍ୟ ରାସ୍ତା ଭୂଦୋବର ନିକଟରେ ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ
ବୀରମହାରାଜପୁର : ସୋନପୁର-ବୀରମହାରାଜପୁର ମୁଖ୍ୟ ରାସ୍ତା ଭୂଦୋବର ନିକଟରେ ଆଜି ସକାଳେ ଏକ ଟ୍ରକ ଧକ୍କାରେ ଜଣକ ର ମୃତ୍ୟୁ ହୋଇଥିବା ଜଣାଯାଇଛି l ଟ୍ରକ ଟି ସ୍କୁଟି ଚାଳକକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବାବେଳେ ଘଟଣା ସ୍ଥଳରେ ସ୍କୁଟି ଚାଳକ ର ମୃତ୍ଯୁ ଘଟିଛି l ସ୍କୁଟି ଚାଳକ କୁମାରକେଲୀ ଗ୍ରାମର ଶରତ ମହାପାତ୍ର ବୋଲି ଶୁଣାଯାଉଛି l ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ରାସ୍ତା ଅବରୋଧ ହୋଇଛି I

